Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ପରିକ୍ରମା ପ୍ରକଳ୍ପ ରଥର ଭ୍ରମଣ ଆରମ୍ଭ; ବିଭିନ୍ନ ସ୍ଥାନରେ ସୁସ୍ୱାଗତ

ଓଏଲ୍‌ ବ୍ୟୁରୋ: ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ଭ୍ରମଣ ଆରମ୍ଭ। ଭକ୍ତିମୟ ପରିବେଶ ଭିତରେ ପରିକ୍ରମା କରିବ ପ୍ରକଳ୍ପ ରଥ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ ମୋଟ୍ ୬୭ଟି ୱାର୍ଡରେ ଏହି ପ୍ରକଳ୍ପ ରଥ ପରିକ୍ରମା କରିଛି। ନାମ ସଂକୀର୍ତନ ସହ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଉଛି ବିଏମସି ଅଂଚଳ। ପ୍ରତି ୱାର୍ଡର ଜଗନ୍ନାଥ ମନ୍ଦିର କିମ୍ବା ଆରାଧ୍ୟ ଦେବତାଙ୍କ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ ହେଉଛି। ଏହି ଯାତ୍ରାରେ ସାମିଲ ହେଉଛନ୍ତି ପ୍ରତି ଅଂଚଳର ସଂକୀର୍ତନ ମଣ୍ଡଳୀ।

ଏହି ପରିକ୍ରମା ପ୍ରକଳ୍ପ ରଥ ପାଇଁ ପ୍ରତି ଦୁଆର ମୁହଁରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ ଦାୟିତ୍ୱ ସ୍ୱେଚ୍ଛାସେବୀଙ୍କୁ ହସ୍ତାନ୍ତର କରିଛି ବିଏମସି। ଏହି କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବିଏମ୍ସି ଏକ କମିଟି ଗଠନ କରିଛି। ପ୍ରତି ୩ଟି ୱାର୍ଡକୁ ନେଇ ଏକ ୟୁନିଟ୍ ବା କ୍ଲଷ୍ଟର ଗଠନ କରାଯାଇଛି। ୩ଟି ୱାର୍ଡର କେନ୍ଦ୍ରସ୍ଥଳୀ ଜଗନ୍ନାଥ ମନ୍ଦିର ହେବ କିମ୍ବା ଅନ୍ୟ କେଉଁ ମନ୍ଦିରରୁ ପରିକ୍ରମା ରଥ ବାହାରି କେଉଁ ରୁଟରେ ବୁଲିବ ତାର ରୁଟ୍ ଚାଟ୍ ପ୍ରସ୍ତୁତ କରିବା ଦାୟିତ୍ୱ କର୍ପୋରେଟରଙ୍କୁ ଦିଆଯାଇଛି। ଜଗନ୍ନାଥ ଧ୍ୱନୀରେ ବିଏମସିର ବିଭିନ୍ନ ଅଂଚଳ ପ୍ରକମ୍ପିତ ହେଉଛି।

Leave A Reply

Your email address will not be published.