Odisha Link
Bridging the Missing Links in Odisha

ଏଣିକି ଟିଭି ଦେଖିବା ହେବ ମହଙ୍ଗା, ଫେବ୍ରୁଆରୀରୁ ଗଣିବେ ଅଧିକ ଟଙ୍କା

ଓଏଲ୍‌ ବ୍ୟୁରୋ: ଆପଣ ଟିଭି ଦେଖିବାକୁ ପସନ୍ଦ କରନ୍ତି କି ? ଯଦି ହଁ ତେବେ ଏବେ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ ଅଧିକ ଟଙ୍କା। କାରଣ ନୂଆବର୍ଷ ଆରମ୍ଭରୁ ମହଙ୍ଗା ମାଡ଼ ହୋଇଛି। ଟିଭି ଦେଖିବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ। ନୂଆବର୍ଷ ଆରମ୍ଭରୁ ଜି ଏଣ୍ଟରଟେନମେଣ୍ଟ, ଭାୟାକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀ ସଂସ୍ଥାମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡିକର ମାସିକ ଟାରିଫ୍ ବୃଦ୍ଧି କରି ସାଧାରଣ ଲୋକମାଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ଚ୍ୟାନେଲ ଦେଖୁଥିବା ଲୋକମାନଙ୍କ ଏବେ ଅଧିକ ଟଙ୍କାର ରିଚାର୍ଜ କରିବାକୁ ପଡିବ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଭାୟାକମ ୧୮ ଏବଂ ନେଟୱାର୍କ ୧୮ ର ପ୍ରସାରଣ ଶାଖା ଏହାର ଚ୍ୟାନେଲଗୁଡିକର ମାସିକ ଟାରିଫ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାର ନିଷ୍ପତି ନେଇଛି। ଜି ଏଣ୍ଟରଟେନମେଣ୍ଟ ଚ୍ୟାନେଲଗୁଡିକର ହାର ୯ ରୁ ୧୦ ପ୍ରତିଶତ ବୃ୍ଦ୍ଧି କରିଛି ଏବଂ ସୋନି ଚ୍ୟାନେଲ ହାରକୁ ୯ ରୁ ୧୦ ପ୍ରତିଶତ ବୃଦ୍ଧି କରିଛି। ଏବେ ପର୍ଯ୍ୟନ୍ତ ଡିଜ୍ନି ଷ୍ଟାର ତରଫରୁ ଟାରିଫ୍ ବୃଦ୍ଧି ନେଇ କୌଣସି ସୂଚନା ଦିଆଯାଇନାହିଁ।

କେବେଠୁ ଲାଗୁ ହେବ ନୂଆ ଦର:
ଚ୍ୟାନେଲର ମାସିକ ଟାରିଫ୍ ବୃଦ୍ଧି ହାର ୨୦୨୪ ଫେବ୍ରୁଆରୀ ପହିଲାରୁ ଲାଗୁ ହେବାକୁ ଯାଉଛି।ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ନିୟମ ଅନୁସାରେ ପ୍ରସାରଣକାରୀ ସଂସ୍ଥା ମାନେ ଘୋଷଣା କରିବାର ୩୦ ଦିନ ପରେ ନୂତନ ମୂଲ୍ୟ କାର୍ଯ୍ୟକାରୀ କରିପାରିବେ।

Leave A Reply

Your email address will not be published.