Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌ରେ କିଏ ହେବ ଭାରତର ଅଧିନାୟକ; ଆଗରେ ଏହି ଦୁଇ ଖେଳାଳି

ଓଏଲ୍‌ ବ୍ୟୁରୋ: ଟି-୨୦ ବିଶ୍ବକପ୍‌ ଅଭିଯାନ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ। ଜୁନ୍‌ ପହିଲାରୁ ଫଟାଫଟ ମହାକୁମ୍ଭ ଆରମ୍ଭ ହେବାକୁ ଥିବା ବେଳେ ଭାରତ ତାର ଶେଷ ଅନ୍ତର୍ଜାତୀୟ ଟି-୨୦ ସିରିଜ ଆଫଗାନିସ୍ତାନ ସହିତ ଖେଳିବ। ଜାନୁଆରୀ ୧୧ରେ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଆରମ୍ଭ କରିବ ଭାରତ।

ସବୁଠୁ ବଡ଼କଥା ହେଲା ରବିବାର ବିସିସିଆଇ ଘୋଷଣା କରିଥିବା ୧୬ ଜଣିଆ ଭାରତୀୟ ସ୍କ୍ୱାଡରେ ରୋହିତ ଶର୍ମା ଅଧିନାୟକ ରହିଛନ୍ତି। ଠିକ ଟି-୨୦ ବିଶ୍ୱକପ ପୂର୍ବରୁ ରୋହିତ ଓ ବିରାଟ କମବ୍ୟାକ କରିଥିବାରୁ ଉଭୟ ଦଳରେ ରହିବା ଏକପ୍ରକାରର ନିଶ୍ଚିତ ହୋଇଛି। ଚଳିତ ବର୍ଷ ଜୁନ ୧ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ହିଁ ଭାରତର ନେତୃତ୍ୱ ନେବାର ଯଥେଷ୍ଟ ସମ୍ଭାବନା ରହିଛି।

ସୂଚନାଥାଉକି, ୧୫ ମାସ ହେବ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ରେ ଭାରତର ନେତୃତ୍ୱ ନେଉଥିଲେ। ଲାଗୁଥିଲା ଆହତ ସମସ୍ୟାରୁ ମୁକୁଳିବା ପରେ ହାର୍ଦ୍ଦିକ ହିଁ ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବେ। ରୋହିତ ଶର୍ମା କିମ୍ବା ବିରାଟ କୋହଲି ଆଉ ଟି-୨୦ ଖେଳିବେ ନାହିଁ।

କିନ୍ତୁ ବିସିସିଆଇ ଏବେ ଦୁଇ ଭେଟରାନଙ୍କୁ ପୁଣି ଟି-୨୦ ସ୍କ୍ୱାଡରେ ସାମିଲ କରିଛି। ଏହାର ଅର୍ଥ ହାର୍ଦ୍ଦିକ ଯଦି ବି ବିଶ୍ୱକପ ପୂର୍ବରୁ ଫିଟ ହୁଅନ୍ତି ଓ ଦଳକୁ ଫେରନ୍ତି, ତା’ହେଲେ ବି ରୋହିତ ଶର୍ମା ହିଁ ବିଶ୍ୱକପରେ ଭାରତର ଅଧିନାୟକ ହେବେ।

ଟି-୨୦ ବିଶ୍ବକପ୍‌: ଭାରତ କେବେ କାହା ସହିତ ଖେଳିବ ଜାଣନ୍ତୁ…
ଜୁନ୍‌ ୫: ଭାରତ ବନାମ ଆୟରଲ୍ୟାଣ୍ଡ
ଜୁନ୍‌ ୯: ଭାରତ ବନାମ ପାକିସ୍ତାନ
ଜୁନ୍‌ ୧୨: ଭାରତ ବନାମ ଆମେରିକା
ଜୁନ୍‌ ୧୫: ଭାରତ ବନାମ କାନାଡା

କେଉଁ ଗ୍ରୁପରେ କେଉଁ ଦଳ ଅଛି ଜାଣନ୍ତୁ:
ଗ୍ରୁପ ଏ: ଭାରତ, ପାକିସ୍ତାନ, ଆମେରିକା, କାନାଡା ଓ ଆୟର୍ଲ୍ୟାଣ୍ଡ
ଗ୍ରୁପ ବି: ଇଂଲଣ୍ତ, ଅଷ୍ଟ୍ରେଲିଆ, ନାମ୍ବିଆ, ସ୍କଟଲ୍ୟାଣ୍ଡ ଓ ଓମାନ
ଗ୍ରୁପ ସି: ୱେଷ୍ଟଇଣ୍ଡିଜ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ଉଗାଣ୍ଡା ଓ ପାପୁଆ ନ୍ୟୁ ଗିନି
ଗ୍ରୁପ ଡି: ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଶ୍ରୀଲଙ୍କା, ନେଦରଲ୍ୟାଣ୍ଡ୍ସ ଓ ନେପାଳ

Leave A Reply

Your email address will not be published.