Odisha Link
Bridging the Missing Links in Odisha

ହାଇଟେକ୍ ହସ୍ପିଟାଲ ମାମଲା: ବିସ୍ଫୋରଣର ତଦନ୍ତ ଆରମ୍ଭ କଲା ଶ୍ରମ ବିଭାଗ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ଡିସେମ୍ବର ୨୯ରେ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଥିଲା। ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲ ବିସ୍ଫୋରଣର ଶ୍ରମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ହସ୍ପିଟାଲକୁ ସ୍ୱତନ୍ତ୍ର ଟିମ୍‌ ପଠାଇ ତଦନ୍ତ ଆରମ୍ଭ କଲା ବିଭାଗ। ମୃତାହତ ଶ୍ରମିକଙ୍କ ସଂପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ତଥ୍ୟ ମଗାଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଆବେଦନ ସଂପର୍କରେ ପରାମର୍ଶ ନିଆଯିବ। ତଦନ୍ତ ଓ କ୍ଷତିପୂରଣ ଆବେଦନ ନେଇ ଶ୍ରମ ଯୁଗ୍ମ କମିଶନର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଡିସେମ୍ବର ୨୯ରେ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ହୋଇଥିଲା। ହସ୍ପିଟାଲ ପରିସରରେ ଏସି ଗ୍ୟାସ୍‌ ଫିଲିଂ କରାଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଏହି ବିସ୍ଫୋରଣର ଦୁଇ ଦିନ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଏବେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ, ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଉତ୍ତେଜନା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.