Odisha Link
Bridging the Missing Links in Odisha

ଚଳଚଞ୍ଚଳ ବଲାଙ୍ଗୀର; ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା

ଓଏଲ୍‌ ବ୍ୟୁରୋ: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା। ବଲାଙ୍ଗୀର ଦେଓଗାଁ ବ୍ଲକ ଖଇରଗୁଡ଼ାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଛି। ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ନିଶିପୂଜା କରିଛନ୍ତି। ଆଦିବାସୀ ସମ୍ପ୍ରଦାୟ ତଥା ମାନସିକଧାରୀ ଶ୍ରଦ୍ଧାଳୁମାନେ ପଶୁବଳି ଦେଉଛନ୍ତି। ଯାତ୍ରା ପାଇଁ ଆଖପାଖ ଗାଁ ମାନଙ୍କରେ କୁଣିଆ ପହଞ୍ଚି ଗ୍ରାମ୍ୟ ଦେବତାଙ୍କ ଗାଁ ପରିକ୍ରମା ଓ ଆଦ୍ୟପୂଜା କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ଆୟୋଜନ ପାଇଁ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.