Odisha Link
Bridging the Missing Links in Odisha

ଆକ୍ସନ ମୋଡରେ ପୁଲିସ; ଏଟିଏମ୍ ଲୁଟେରା ଗ୍ୟାଙ୍ଗର ୮ ଗିରଫ

ଓଏଲ୍‌ ବ୍ୟୁରୋ: ମାତିଛନ୍ତି ଦୁର୍ବୃତ୍ତ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏସବୁକୁ ରୋକିବା ପାଇଁ ଆକ୍ସନ ନେଇଛି ପୁଲିସ।

ଏଟିଏମ୍ ଲୁଟେରା ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରାଯାଇଛି। ଲୁଟରେ ବ୍ୟବହୃତ ଗ୍ୟାସ୍‌ କଟର, କଟୁରୀ ଓ ୮ଟି ମୋବାଇଲ ଜବତ ହୋଇଛି। ଗିରଫ ଅଭିଯୁକ୍ତ ବାଲେଶ୍ୱରର, ବାହାର ରାଜ୍ୟ ଗ୍ୟାଙ୍କ ସହ ସମ୍ପୃକ୍ତ ଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏସ୍‌ପି ସାଗରିକା ନାଥ। ମୟୂରଭଞ୍ଜ ଓ ବାଲେଶ୍ୱରର ୩ଟି ଜାଗାରେ ଏଟିଏମ୍ ଲୁଟ୍‌ ଉଦ୍ୟମ କରିଥିଲେ।

Leave A Reply

Your email address will not be published.