Odisha Link
Bridging the Missing Links in Odisha

ଇରାନର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର ପାଲଟା ଆକ୍ରମଣ

ଓଏଲ୍‌ ବ୍ୟୁରୋ: ଇରାନର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର ପାଲଟା ଆକ୍ରମଣ। ଇରାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଛି। ବଲୋଚିସ୍ତାନ ଲିବରେସନ ଫ୍ରଣ୍ଟ ଓ ଆର୍ମି ଉପରେ ଆକ୍ରମଣ ହୋଇଛି। ପୂର୍ବରୁ ପାକିସ୍ତାନ ଆତଙ୍କୀ ଠିକଣାରେ ଆକ୍ରମଣ କରିଥିଲା ଇରାନ। ଇରାନ ଆକ୍ରମଣରେ ପାକ୍‌ର ୨ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

ସୂଚନା ଅନୁସାରେ, ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକରେ ଥରିଥିଲା ପାକିସ୍ତାନ ସୀମା। ଜୈଶ ଅଲ-ଅଦଲ ଆତଙ୍କୀ ସଂଗଠନକୁ ଟାର୍ଗେଟ୍‌ କରି ପାକିସ୍ତାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଇରାନର ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରୁଥିବାରୁ ମିସାଇଲ ମାଡ଼ ହୋଇଥିଲା। ବଲୋଚିସ୍ତାନରେ ଥିବା ସଂଗଠନର ମୁଖ୍ୟାଳୟ ଉପରେ ଆକ୍ରମଣ କରାଯାଇଥିଲା। ଏୟାର ଷ୍ଟ୍ରାଇକ୍‌ରେ ୨ ଶିଶୁଙ୍କ ପ୍ରାଣ ଚାଲିଯାଇଥିବାବେଳେ ୩ ଆହତ ହୋଇଥିଲା।

Leave A Reply

Your email address will not be published.