Odisha Link
Bridging the Missing Links in Odisha

ବାରିପଦା ସହରରେ ବୁଲୁଛି ହାତୀ; ଭାଙ୍ଗିଲା ହାଇସ୍କୁଲର ପାଚେରୀ

ଓଏଲ୍‌ ବ୍ୟୁରୋ: ବାରିପଦା ସହରରେ ବୁଲୁଛି ହାତୀ। ସହର ଭିତରେ ଦନ୍ତା ଦେଖି ଲୋକେ ଭୟଭୀତ ହୋଇଛନ୍ତି। ସହର ମଧ୍ୟରେ ଥିବା ପାଚେରୀ ଭାଙ୍ଗି ଏମକେସି ହାଇସ୍କୁଲରେ ପଶିଥିଲା ଦନ୍ତା ହାତୀ। ଗୋଠ ଛଡ଼ା ହାତୀ ସହର ଭିତରେ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାରିପଦା ସହର ମଧ୍ୟକୁ ପସିଆସିଥିଲା ଏହି ଦନ୍ତା। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ସହ ସ୍କୁଲ ଗେଟ୍ ଭାଙ୍ଗି କ୍ୟାମ୍ପସ ଭିତରକୁ ପଶି ଆସିଥିଲା। ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ଥିଲେ। ହାତୀଟିକୁ ସହର ମଧ୍ୟରୁ ଘଉଡ଼ାଇବା ପାଇଁ ପ୍ରୟାସ କରିଥିଲେ।

Leave A Reply

Your email address will not be published.