Odisha Link
Bridging the Missing Links in Odisha

ବିରାଜମାନ ହେଲେ ରାମଲାଲା; ଦିବ୍ୟ ଦର୍ଶନ ଦେଖି ହାତ ଯୋଡ଼ିଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ଅନ୍ତ ହୋଇଛି। ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେଲେ ରାମଲାଲା। ଅଯୋଧ୍ୟାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ସବୁଠି ଶୁଭୁଛି ଜୟଶ୍ରୀରାମ। ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଛି। ହୋମ ଯଜ୍ଞରେ କମ୍ପୁଛି ଅଯୋଧ୍ୟା ନଗରୀ। ରାମଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ସାରାଦେଶ। ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଜନ୍ମଭୂମିରେ ବିରାଜିଲେ ଭଗବାନ ରାମ। ରାମଙ୍କ ଦିବ୍ୟ ଦର୍ଶନ ଦେଖି ହାତ ଯୋଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ସହ ପ୍ରତିଷ୍ଠା ଉତ୍ସବ ଦେଖିଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଭଗବାନଙ୍କ ଦର୍ଶନ ପାଇ ଉଭୟ ହାତ ଯୋଡ଼ିଲେ ପ୍ରଣାମ କରିଛନ୍ତି।

ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ ବଲିଉଡର କଳାକାର। ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟା ନଗରୀରେ ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ ପହଂଚିଛନ୍ତି। ଅଯୋଧ୍ୟାରେ ଉପସ୍ଥିତ ପୁରୀ ଗଜପତି ମହାରାଜା। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉପସ୍ଥିତ। ମହାରାଜାଙ୍କ ସହ ମହାରାଣୀ ଲୀଳାବତୀ ପାଟ୍ଟମହାଦେଇ ଉପସ୍ଥିତ ରହିଛନ୍ତି। ଅଯୋଧ୍ୟାରେ ପହଞ୍ଚିଲେ ବହୁ ବିଶିଷ୍ଟ ନିମନ୍ତ୍ରିତ ଅତିଥି। ଭାରତରତ୍ନ କ୍ରିକେଟର ସଚ୍ଚିନ ତେନ୍ଦୁଲକର ଉପସ୍ଥିତ। କ୍ରିକେଟର ଅନୀଲ କୁମ୍ବଲେ ମଧ୍ୟ ଉପସ୍ଥିତ। ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ଉପସ୍ଥିତ ଅଛନ୍ତି। ଶିଳ୍ପପତି ଅନୀଲ ଅମ୍ବାନୀ ଓ ଆକାଶ ଅମ୍ବାନୀ ଉପସ୍ଥିତ ରହିଛନ୍ତି।

ରାମମୟ ହୋଇପଡିଛି ପୁରା ଅଯୋଧ୍ୟା। ୨ହଜାର କ୍ୱିଣ୍ଟାଲ ଫୁଲରେ ଅଯୋଧ୍ୟା ସହର ସଜେଇ ହୋଇଛି। କଡ଼ା ସୁରକ୍ଷାବଳୟରେ ପୂରା ଅଯୋଧ୍ୟା ରହିଛି। ରାମରାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସବୁଠି ଉତ୍ସାହ ବଢ଼ିବାରେ ଲାଗିଛି। ସହରର ସବୁଠି ପୁଲିସ ପଇଁତରା ମାରୁଛି। ରାମ ନାମରେ ପ୍ରକମ୍ପତି ହେଉଛି ସାରା ବିଶ୍ୱ। ନ୍ୟୁୟର୍କରେ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ। ଟାଇମ୍ସ ସ୍କୟାରରେ ରାମ ନାମ ସହ ପ୍ରବାସୀ ଭାରତୀୟଙ୍କ ଭିଡ଼ ଦେଖିବାକୁ ମିଳିଛି।

Leave A Reply

Your email address will not be published.