Odisha Link
Bridging the Missing Links in Odisha

ଫତେଗଡରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ; ୧୬୦୦ ଫୁଟ ଉଚ୍ଚ ପାହାଡରେ ଜନସମୁଦ୍ର

ଓଏଲ୍‌ ବ୍ୟୁରୋ: ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜମାନ ହେଲେ ରାମଲାଲା। ୫୦୦ ବର୍ଷର ଅପେକ୍ଷା ମାତ୍ର ୮୪ ସେକେଣ୍ଡରେ ଆଜି ଶେଷ ହୋଇଛି। ଭାବ, ଶ୍ରଦ୍ଧା ଓ ଆସ୍ଥାର ମହାପର୍ବରେ ଝୁମୁଛି ଭାରତ ସମେତ ସାରା ବିଶ୍ବ। ଏଥିସହିତ ୧୫୨୮ ମସିହାରୁ ଲାଗି ରହିଥିବା ରାମଜନ୍ମଭୂମି ସଂଘର୍ଷର ସୁଖଦ ଅନ୍ତ ଘଟିଛି। ଦିନେ ଯେଉଁଠି ବାବରି ଢାଞ୍ଚା ଥିଲା,ଏବେ ସେଇଠି ରାମ ମନ୍ଦିର ନିର୍ମାଣ ହୋଇଛି। ଯାହା ଏବେ ସାରା ବିଶ୍ବର ଆସ୍ଥାର କେନ୍ଦ୍ର ବନିଛି।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଥିବା ବେଳେ ନୟାଗଡ ଜିଲ୍ଲା ଫତେଗଡରେ ବି ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ। ଫତେଗଡ ଗାଁ ନିକଟ ପାହାଡ ଉପରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି। ଗତ ୧୭ ତାରିଖରୁ ମନ୍ଦିରର ପ୍ରତିଷ୍ଠା ସାଙ୍ଗକୁ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି।

ଅଯୋଧ୍ୟା ରାମମନ୍ଦିର ସହ ଆଜି ଫତେଗଡ ରାମ ମନ୍ଦିରର ମଧ୍ୟ ପ୍ରାଣ ପ୍ରତିଷ୍ଠା କରାଯାଇଛି। ଯାହାକୁ ନେଇ ସାରା ଅଂଚଳରେ ଉତ୍ସାହ ଦେଖିବାକୁ ମିଳିଛି। ସମୁଦ୍ର ପତନ ଠାରୁ ୧୬୦୦ ଫୁଟ ଉଚ୍ଚ ପାହାଡ ଉପରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର। ବଉଳମାଳା ପଥରରେ ନିର୍ମିତ, ପୁଷ୍ପ ସଜ୍ଜିତ ଏହି ମନ୍ଦିରର ରୂପ ଅନନ୍ୟ ଆଉ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ଫତେଗଡ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଜନସମୁଦ୍ର ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବିକ, ପାଖାପାଖି ଅଢେଇ ଲକ୍ଷରୁ ଅଧିକ ଭକ୍ତଙ୍କ ଜନସମାଗମ ଦେଖିବାକୁ ମିଳିଛି।

Leave A Reply

Your email address will not be published.