Odisha Link
Bridging the Missing Links in Odisha

ରାଉରକେଲାରୁ ୮୨ଟି ଜଙ୍ଗଲୀ ଶୁଆ ଜବତ; ୨ ଅଭିଯୁକ୍ତ ଗିରଫ

ଓଏଲ୍‌ ବ୍ୟୁରୋ: ରାଉରକେଲା ବନ ବିଭାଗକୁ ସଫଳତା। ରାଉରକେଲାରୁ ୮୨ଟି ଜଙ୍ଗଲୀ ଶୁଆ ଜବତ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତକୁ ଗିରଫ କଲା ରାଉରକେଲା ବନ ବିଭାଗ। ରାଉରକେଲାରୁ ବିଭିନ୍ନ ସ୍ଥାନକୁ ଚୋରାଚାଲାଣ ହେଉଥିଲା। ରାଉରକେଲାରୁ କଟକ, ଭୁବନେଶ୍ବର, ଛତିଶଗଡ଼କୁ ଚାଲାଣ ହେଉଥିବା ରାଉରକେଲା ବନ ବିଭାଗ ସୂଚନା ଦେଇଛି। ଏହା ଏକ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଘଂନ ହୋଇଥିବାରୁ ୨ ଅଭିଯୁକ୍ତଙ୍କୁ ଧାରା ୯,୩୯,୪୯(ଖ), ୪୯(ଗ) ଅନୁସାରେ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.