Odisha Link
Bridging the Missing Links in Odisha

ବାଙ୍ଗିରିପୋଷି ଟ୍ରକ୍ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଯାତ୍ରାପାର୍ଟି ଟ୍ରକ୍। ଟ୍ରକ୍‌ରେ ଥିବା ୧୦ରୁ ଅଧିକ ଲୋକ ଗୁରୁତର ହୋଇଥିବାବେଳେ ୬ ଜଣଙ୍କ ଜୀବନ ଚାଲିଯାଇଛି। ୫ ଜଣଙ୍କ ମୃତ୍ୟୁ ହେଇଥିବା ପ୍ରାଥମିକ ସୂଚନା ମିଳିଥିବା ବେଳେ ପରେ ଆଉ ଜଣଙ୍କ ଜୀବନ ଚାଲିଯାଇଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ବାଙ୍ଗିରିପୋଷି ନିକଟରେ ଘଟିଥିବା ମର୍ମନ୍ତୁତ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସଭିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ଗଭୀର ସମବେଦନା ଜଣାଉଛି। ଏଥିସହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରୁଛି ବୋଲି ନିଜ ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.