ଏଥର ସାଧାରଣତନ୍ତ୍ର ଦିବସରେ ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପଦକ

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସ ପୂର୍ବରୁ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗ ପାଇଁ ସମ୍ମାନ ଘୋଷଣା କରାଯଇଛି। ଉଲ୍ଲେଖନୀୟ ସେବା, ସାହସିକତା ଆଦି ପ୍ରଦର୍ଶନ ପାଇଁ ମିଳିବ ସମ୍ମାନ। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଦ୍ୱାରା ବିସ୍ତୃତ ଭାବେ ତାଲିକା ପ୍ରକାଶ କରାଯାଇଛି। ଓଡିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ।
ପ୍ରକାଶ ପାଇଥିବା ତାଲିକା ଅନୁସାରେ, ଓଡ଼ିଶାର ୧୧ ପୁଲିସ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିଛି। ତାଲିକାରେ ଆଇଜି ସତ୍ୟବ୍ରତ ଭୋଇ ସାମିଲ ହୋଇଥିବାବେଳେ ତାଲିକାରେ ସ୍ଥାନ ପାଇଛନ୍ତି ୩ ଜଣ ଡିଏସ୍ପି ରାଙ୍କ ଅଧିକାରୀ। ସାରଦା ପ୍ରସନ୍ନ ପ୍ରଧାନ, ପ୍ରଦୀପ ସାମଲ, ପ୍ରଶାନ୍ତ ସାହୁ ପାଇବେ ସମ୍ମାନ। ୨୭୭ ଜଣଙ୍କୁ ସାହସିକତା ପୁରସ୍କାର ମିଳିବା ନେଇ ଘୋଷଣା ହୋଇଥିବାବେଳେ ଓଡ଼ିଶାର ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ। ଗୃହ ବିଭାଗ ସଚିବ ସନ୍ତୋଷ ବାଲାଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବଳୁ ଘୋଷଣା ହୋଇଥିବାବେଳେ କନେଷ୍ଟବଳ ସଂଯୁକ୍ତା ପଟ୍ଟନାୟକ ମଧ୍ୟ ରାଷ୍ଟ୍ରପତି ପଦକ ପାଇବେ।