Odisha Link
Bridging the Missing Links in Odisha

ଦେଶର ପ୍ରଗତିରେ ପ୍ରତି ନାଗରିକଙ୍କ ଯୋଗଦାନ ଜରୁରୀ: ମହାମହିମ

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଭାରତ ପାଳନ କରିବ ୭୫ ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ଉତ୍ସବମୁଖର ସାରା ଦେଶ। ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଏ। ଦେଶ ଅମୃତ କାଳର ପ୍ରାରମ୍ଭିକ ସମୟରେ ଅଛି । ଦେଶକୁ ଏକ ନୂଆ ଉଚ୍ଚତାକୁ ନେବାକୁ ଆମ ହାତରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରତି ନାଗରିକଙ୍କ ଯୋଗଦାନ ଜରୁରୀ।

ରାଷ୍ଟ୍ରପତି କହିଛନ୍ତି, ସମ୍ବିଧାନର ପ୍ରସ୍ତାବନା ଆମେ ଭାରତର ଲୋକଠାରୁ ଆରମ୍ଭ ହେଉଛି। ଏହି ଶବ୍ଦ ଆମ ସମ୍ବିଧାନର ମୂଳ ଭାବନାକୁ ରେଖାଙ୍କିତ କରୁଛି। ନିମ ସମ୍ବୋଧନରେ ରାଷ୍ଟ୍ରପତି ଆହୁକରି କହିଛନ୍ତି ଯେ ଦେଶ ସ୍ବାଧୀନତାର ଶତାବ୍ଦୀ ଆଡ଼କୁ ଅଗ୍ରସର ହୋଇ ଅମୃତ କାଳର ପ୍ରାରମ୍ଭିକ ପ୍ରର୍ଯ୍ୟାୟ ଦେଇ ଆଗକୁ ବଢ଼ୁଛି। ଦେଶର ବୈଜ୍ଞାନିକ, ପ୍ରଯୁକ୍ତି ବିଶେଷଜ୍ଞ ପୂର୍ବାପେକ୍ଷା ବହୁ ଉଚ୍ଚ ଲକ୍ଷ୍ୟ ହାସଲ କରୁଛନ୍ତି।

ସେ ଆହୁରି କହିଛନ୍ତି, ନାରୀ ଶକ୍ତି ବନ୍ଦନ ଅଧିନିୟମ ମହିଳା ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ପ୍ରମାଣିତ ହେବ। ଏହା ଆମର ଶାସନର ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛଳ କରିବାରେ ସହଯୋଗ କରିବ। ଆମ ଦେଶ ଭାରତକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚେଇବା ପାଇଁ ପ୍ରତ୍ୟେକଟି ନାଗରିକଙ୍କ ଯୋଗଦାନ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ସମସ୍ତ ଦେଶବାସୀ ସମ୍ବିଧାନରେ ଥିବା ମୂଳ କର୍ତ୍ତବ୍ୟ ପାଳନ କରିବା ଉଚିତ୍‌। ଏହି କର୍ତ୍ତବ୍ୟ ପାଳନ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ବେଳକୁ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପଥରେ ପ୍ରତିଟି ନାଗରିକଙ୍କ ଆବଶ୍ୟକ ଦାୟିତ୍ବ ରହିଛି।

ସେ ଆହୁରି କହିଛନ୍ତି ଯେ ଆମ ଗଣତନ୍ତ୍ରର ମୂଳ ଭାବନରେ ଏକାଠି ହୋଇ ୧୪୦ କୋଟିରୁ ଅଧିକ ଭାରତୀୟ ଏକ କୁଟୁମ୍ବ ରୂପେ ରହୁଛନ୍ତି। ଏତେ ବଡ଼ ପରିବାରର ଅସ୍ତିତ୍ବର ଭାବନା, ଭୂଗୋଳ ଦ୍ବାରା ବୋଝ ନୁହେଁ। ଏହା ଗଣତନ୍ତର ଦିବସର ଉଲ୍ଲାସର ଅଭିବ୍ୟକ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ସବୁ ଲାଭାର୍ଥୀଙ୍କୁ ସାମିଲ କରିବା ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର। ଆମ ଖେଳାଳିମାନେ ପାରଦର୍ଶିତା ଲାଭ କରି ଦେଶର ସମ୍ମାନ ବଢ଼ାଇଛନ୍ତି। ଆଗାମୀ ପ୍ୟାରିସ ଅଲିମ୍ପିକରେ ଆମ ଖେଳାଳି ଅଧିକ ସଫଳ ଆଶା କରୁଛି ବୋଲି ମହାମହିମ ତାଙ୍କ ବକ୍ତବ୍ୟରେ କହିଛନ୍ତି।

Leave A Reply

Your email address will not be published.