Odisha Link
Bridging the Missing Links in Odisha

କୋହଲିଙ୍କ ଆଉ ଏକ ବିରାଟ ରେକର୍ଡ; ପ୍ରଥମ ଖେଳାଳି ଭାବେ ଜିତିଲେ ୪ଟି ଆଇସିସି ପୁରସ୍କାର

ଓଏଲ୍‌ ବ୍ୟୁରୋ: ବିଶ୍ବର ଏକମାତ୍ର କ୍ରିକେଟର ଭାବେ ଦିନିକିଆ କ୍ରିକେଟରେ ୫୦ଟି ଶତକ ହାସଲ କରିଥିବା ରନ୍‌ ମେସିନ୍‌ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ। ୪ର୍ଥ ଥର ପାଇଁ ଜିତିଲେ ଆଇସିସି ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାର ଜିତିଲେ ବିରାଟ। ୨୦୨୩ ବର୍ଷ ପାଇଁ ଏହି ପୁରସ୍କାର ଜିତିଛନ୍ତି କୋହଲି।

ବିଶ୍ବର ପ୍ରଥମ ଖେଳାଳି ଭାବେ ବିରାଟ କୋହଲି ୪ଥର ପାଇଁ ଆଇସିସି ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାର ଜିତିଛନ୍ତି। ତାଙ୍କ ତଳକୁ ଏବି ଡି’ ଭିଲିୟର୍ସ। ସେ ତିନି ଥର ଏହି ପୁରସ୍କାର ପାଇଛନ୍ତି। ୨୦୨୩ ବର୍ଷରେ ବିରାଟ କୋହଲି ନିନିକିଆରେ ୧,୩୭୭ ରନ୍‌ କରିଥିଲେ। ସେ ବର୍ଷକରେ ୬ଟି ଶତକ ଓ ୮ଟି ଅର୍ଦ୍ଧଶତକ ଥିଲା। ଏହି ବର୍ଷ ଖେଳା ଯାଇଥିବା ଦିନିକିଆ ବିଶ୍ୱକପ୍‌ରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ। ୧୧ଟି ମ୍ୟାଚ୍‌ରୁ ସେ ୭୬୫ ରନ୍ କରିଥିଲେ ଓ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ଜିତିଥିଲେ।

ସୂଚନାଥାଉକି, ୨୦୧୮ରେ ଆଇସିସି ଶ୍ରେଷ୍ଠ ପୁରୁଷ ଟେଷ୍ଟ ଖେଳାଳି ପୁରସ୍କାର ଜିତି ଥିଲେ। ଏହା ସହିତ ୨୦୧୭ ଓ ୨୦୧୮ରେ ସେ ଆଇସିସି ଶ୍ରେଷ୍ଠ ପୁରୁଷ କ୍ରିକେଟର ପୁରସ୍କାର ଜିତିଥିଲେ। ସେହିପରି ୨୦୨୩ ବର୍ଷ ପାଇଁ ଆଇସିସି ଶ୍ରେଷ୍ଠ ପୁରୁଷ କ୍ରିକେଟର ପୁରସ୍କାର ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍‌ସ ଜିତିଛନ୍ତି। ଭାରତର ଯୂର୍ଯକୁମାର ଯାଦବ ୨୦୨୩ ବର୍ଷ ପାଇଁ ଟି-୨୦ ଶ୍ରେଷ୍ଠ ପୁରସ୍କାର କ୍ରିକେଟର ପୁରସ୍କାର ଜିିତିଛନ୍ତି।

Leave A Reply

Your email address will not be published.