Odisha Link
Bridging the Missing Links in Odisha

ମାଓବାଦୀଙ୍କ ନୂଆ ଚାଲ, ଘାସ ତିଆରି ପୋଷାକ ପିନ୍ଧି କରୁଛନ୍ତି ଆକ୍ରମଣ

ଓଏଲ୍‌ ବ୍ୟୁରୋ: ମାଓ ଦମନ ପାଇଁ ସରକାର ଆପଣେଇଛନ୍ତି ଅନେକ ଯୋଜନା। ହେଲେ ସମ୍ପୂର୍ଣ୍ଣ ମାଓ ଦମନ କରିବାରେ ବିଫଳ ସରକାର। ଏସବୁ ମଧ୍ୟରେ ମାଓବାଦୀ ଦିନକୁ ଦିନ ଖେଳୁଛନ୍ତି ନୂଆ ଚାଲ। ଏଣିକି ଜଙ୍ଗଲ ଭିତରେ ମାଓବାଦୀଙ୍କୁ ଠାବ କରିବା ଯବାନ ଓ ପୁଲିସକୁ କଷ୍ଟକର ହେବ। କାରଣ ମାଓବାଦୀ ମାନେ ତାଙ୍କ ବେଷ ଭୁଷା ଓ ପୋଷାକ ବଦଳାଇଥିବା ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ହିଂସା ଘଟାଇବା ପୂର୍ବରୁ ଧରା ପଡି ଯାଉଛନ୍ତି ମାଓବାଦୀ। ଆଉ ଏହାକୁ ଲକ୍ଷ୍ୟ କରି ନୂଆ ପୋଷାକ ପିନ୍ଧିବାକୁ ଚାଲ କରିଛନ୍ତି ମାଓବାଦୀ।

ମିଳିଥିବା ସୂଚନା ମୁତାବକ, କପଡ଼ାର ଜଙ୍ଗଲୀ ପୋଷାକ ପିନ୍ଧିବା ବଦଳରେ ଏବେ ଜଙ୍ଗଲୀ ଘାସର ପୋଷାକ ପିନ୍ଧିବା ଆରମ୍ଭ କରି ଦେଇଛନ୍ତି ମାଓବାଦୀ। ଜଙ୍ଗଲୀ ଘାଷ ପୋଷାକ ପିନ୍ଧି ପୁଲିସ କ୍ୟାମ୍ପ ଉପରେ ଶତାଧିକ ରକେଟ ଲ୍ଚର ମାଡ଼ କରି ପୁଲିସ ଓ ଯବାନଙ୍କ ନିଦ ହଜାଇ ଦେଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ ଛତିଗଡ଼ରେ।

ସୁକୁମା ଜିଲ୍ଲାର ଧର୍ମାଭରମ ପୁଲିସ କ୍ୟାମ୍ପ ଉପରେ ନକ୍ସଲ ମାନେ ଅତର୍କିତ ଆକ୍ରମଣ କରିଥିଲେ। ଅସ୍ତ୍ରଶସ୍ତ୍ର ଲୁଟ୍‌ ଉଦ୍ଦେଶ୍ୟରେ ନକ୍ସଲ ମାନେ ଏହି ଆକ୍ରମଣ କରିଥିଲେ। ନକ୍ସଲ ମାନେ ସୁରକ୍ଷା ବାହିନୀଙ୍କ ଶିବିର ଭିତରେ ପ୍ରବେଶ କରିବା ଲାଗି ଜଙ୍ଗଲି ଘାସରେ ତିଆରି ସ୍ବତନ୍ତ୍ର ପୋଷକ ପିନ୍ଧିଥିବା ନଜର ଆସିଥିଲେ। ମାଓବାଦୀଙ୍କ ଆକ୍ରମଣର ପାଲଟା ଜବାବ ମଧ୍ୟ ଦେଇଥିଲେ ଯବାନ।

Leave A Reply

Your email address will not be published.