Odisha Link
Bridging the Missing Links in Odisha

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ; ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ

ଓଏଲ୍‌ ବ୍ୟୁରୋ: ଦେଶ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ପିଲ୍ଲୀରୁ ଦିଲ୍ଲୀ ଯାଏଁ ଆଜି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ପାଳନ କରାଯାଉଛି। ଆଜି ରାଜଧାନୀ ଭୁବନେଶ୍ବରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ। ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥର ପରେଡର ନେତୃତ୍ୱ ନେଇଛନ୍ତି ଆଇପିଏସ୍ ଅଫିସର ଏ.ବି. ଶିଳ୍ପା। ପରେଡ଼ରେ ମୋଟ ୬୪ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି। ITBP, CRPF ,BSF, FIRE, ODRAF, ଓଡିଶା ହୋମ୍ ଗାର୍ଡ, RPF, SAINIK SCHOOL ପୁଲିସ ବ୍ୟାଣ୍ଡ ସମତେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ପରେଡ଼ରେ ସାମିଲ ହୋଇଛନ୍ତି।

ଏହାସହ ୪ଟି ସାଂସ୍କୃତିକ ଦଳ, ସ୍କେଟିଂ, ଡେୟାର ଡେଭିଲ୍ସ ବି ପରେଡ଼ରେ ସାମିଲ ହୋଇଛନ୍ତି। ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ପୁଲିସ ପରେଡରେ ଯୋଗଦେଇଛନ୍ତି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ସମ୍ପୂର୍ଣ୍ଣ ଗାନ୍ଧି ମାର୍ଗ। ସୁରକ୍ଷା ଦାୟିତ୍ୱରେ ବିଭିନ୍ନ ରାଙ୍କର ୧୬୦ ଅଫିସର, ୩୦୦ କନେଷ୍ଟବଳ, ୯୦ସେକ୍ସନ ଫୋର୍ସ ଏବଂ ୧୫୦ ହୋମ ଗାର୍ଡ ଅଛନ୍ତି।

Leave A Reply

Your email address will not be published.