Odisha Link
Bridging the Missing Links in Odisha

ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସବର ମାହୋଲ; ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ

ଓଏଲ୍‌ ବ୍ୟୁରୋ: ଦେଶ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ପିଲ୍ଲୀରୁ ଦିଲ୍ଲୀ ଯାଏଁ ଆଜି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ପାଳନ କରାଯାଉଛି। ଆଜି ଜାତୀୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପାଳିତ ହେବ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ପରମ୍ପରା ଅନୁଯାୟୀ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିବେ। ଦେଶରେ ୭୫ତମ ଗଣତନ୍ତ୍ର ଦିବସରେ ଫ୍ରାନସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେ ବୁଧବାର ପ୍ୟାରିସରୁ ଆସି ଭାରତରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ ଜୟପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମାକ୍ରନ। ଆଜି ସେ କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସରେ ଯୋଗଦେବେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ମାକ୍ରନ ଦେଶର ସହିଦଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବେ।ଏହା ପରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଅତିଥିବୃନ୍ଦ ପରେଡ଼ ଦେଖିବାକୁ କର୍ତ୍ତବ୍ୟପଥରେ ପହଞ୍ଚିବେ। କର୍ତ୍ତବ୍ୟ ପଥରେ ଆଜି ୯୦ ମିନିଟର ପରେଡ଼ ସମୟରେ ଦେଶର ସେନା ଶକ୍ତି ଓ ସମୃଦ୍ଧ ସଂସ୍କୃତି ସମ୍ପର୍କିତ ପ୍ରଜ୍ଞାପନ ମେଢ ସବୁ ପ୍ରଦର୍ଶିତ ହେବ।

ପରମ୍ପରା ଅନୁଯାୟୀ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିବେ। ଏହା ପରେ ୨୧ ତୋପ ସଲାମୀ ଦିଆଯିବ। ଏହାପରେ ଜାତୀୟ ସଂଗୀତ ଗାନ କରାଯିବ। ଗଣତନ୍ତ୍ର ଦିବସ ପରେଡର ଆରମ୍ଭରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଲାମୀ ଗ୍ରହଣ କରିବେ। ପରେଡରେ ଦେଶର ସେନାଶକ୍ତି ଓ ସାଂସ୍କୃତିକ ବିବିଧତାର ଏକ ମିଶ୍ରଣ ଦେଖିବାକୁ ମିଳିବ।

ସଶସ୍ତ୍ର ବଳର ଅସ୍ତଶସ୍ତ୍ର ପ୍ରଦର୍ଶନ ସହିତ ବିଭିନ୍ନ ରାଜ୍ୟର ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ ଏହି ପରେଡରେ ସାମିଲ ହୋଇଛି। ଏହା ପରେ ଭାରତୀୟ ବାୟୁସେନା ଦ୍ୱାରା ହେଲିକପ୍ଟର ଓ ବିମାନ ଦ୍ୱାରା ଏୟାର ଶୋ ପ୍ରଦର୍ଶନ କରାଯିବ। କର୍ତ୍ତବ୍ୟ ପଥରେ ୭୫ତମ ଗଣତନ୍ତ୍ର ଦିବସ ମହିଳା କୈନ୍ଦ୍ରିକ ହେବ। ସାଧାରଣତନ୍ତ୍ର ଦିବସର ବିକଶିତ ଭାର ଓ ଭାରତ ଲୋକତନ୍ତ୍ରର ମାତୃକା ମୁଖ୍ୟ ବିଷୟ ହେବ।

Leave A Reply

Your email address will not be published.