Odisha Link
Bridging the Missing Links in Odisha

ଆସନ୍ତାକାଲି ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ; ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ପହଁଚିଛି ମା ସମଲେଶ୍ୱରୀ ପ୍ରକଳ୍ପ। ସମ୍ବଲପୁରରେ ଚାଲିଥିବା ସମଲେଇ ପ୍ରକଳ୍ପ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଉଦ୍‌ଘାଟନ କରିବେ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସୂଚନା ଦେଇଛନ୍ତି। ସମଲେଇ ପ୍ରକଳ୍ପ ଅନ୍ତର୍ଗତ ମା’ ସମଲେଶ୍ୱରୀ ମନ୍ଦିର ରୂପାନ୍ତିକରଣର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟ ଚାଲିଛି। ତେବେ ଆସନ୍ତାକାଲି ମାଘ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ପ୍ରକଳ୍ପର ଲୋକାର୍ପଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ତେଣୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଏହାର ଉଦ୍‌ଘାଟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି।

ଅନ୍ୟପଟେ, ସମ୍ବଲପୁରର ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଛୁଟି ଘୋଷଣା କରିଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି ଲୋକାର୍ପଣ ଉତ୍ସବ। ଏହି ଦିନ ଚତୁର୍ଥ ଶନିବାର ପଡୁଥିବାରୁ ସମସ୍ତ ସରକାରୀ ଅଫିସ ମଧ୍ୟ ବନ୍ଦ ରହିବ। କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା’ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତାକାଲି ହେବ। ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ସବୁଠି ଭାବ ଭକ୍ତି ଆନନ୍ଦ ଦେଖିବାକୁ ମିଳୁଛି । ସବୁଠି ଫୁଲରେ ସାଜସଜ୍ଜା କରାଯାଉ ଥିବା ବେଳେ ୪ ଦ୍ବାରରେ ହୋମଯଜ୍ଞ ପାଇଁ ଆୟୋଜନ କରାଯାଇଛି। ଲୋକାର୍ପଣ ଉତ୍ସବ ଦିନ ଶ୍ରଦ୍ଧାଳୁମାନେ ସିନ୍ଦୂର ଓ ଚୁନରି ଅର୍ପଣ କରିପାରିବେ । ପ୍ରଥମେ ନିଜ ଗାଁର ଗ୍ରାମଦେବୀଙ୍କୁ ଅର୍ପଣ କଲା ପରେ ତାହା ପୁଣି ସମ୍ବଲପୁର ଅଣଯାଇ ମାଆ ସମଲେଶ୍ବରୀଙ୍କ ନିକଟରେ ଅର୍ପଣ କରାଯିବ।

Leave A Reply

Your email address will not be published.