Odisha Link
Bridging the Missing Links in Odisha

ନୀତୀଶ କୁମାର: ରାଜନୀତିରେ ଆଜି ଯିଏ ନିଜର କାଲି ସାତପର

ଓଏଲ୍‌ ବ୍ୟୁରୋ: ବିହାର ରାଜନୀତିକୁ ନେଇ ସାରା ଦେଶରେ ବଡ଼ ଚର୍ଚ୍ଚା। ପୁଣିଥରେ ବିହାର ରାଜନୀତିରେ ନୂଆ ମୋଡ଼ ଦେଖିବାକୁ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ରାଜନୀତିରେ ପରିବାରବାଦକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେଉଁ ମନ୍ତବ୍ୟ ରଖିଛନ୍ତି ତାକୁ ନେଇ ଆରଜେଡି ଓ ଜେଡିୟୁ ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି।

ଲୋକସଭା ନିର୍ବାଚନ ପୂର୍ବରୁ ପୁଣିଥରେ ୟୁ-ଟର୍ଣ୍ଣ ମାରିପାରନ୍ତି ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର। ସେ ଆର୍‌ଜେଡି କାନି ଛାଡି ବିଜେପି ସହ କରିପାରନ୍ତି ମେଣ୍ଟ। ଏଭଳି କିଛି ସମ୍ଭାନା ମଧ୍ୟରେ ଏବେ ବିହାର ରାଜନୀତି ସରଗରମ ରହିଛି। ଉଭୟ ଜେଡିୟୁ ଓ ଆରଜେଡି ନିଜ ନିଜ ବିଧାୟକ ଓ ନେତାମାନଙ୍କୁ ଡକାଇଛନ୍ତି। ସେହିପରି ବିଜେପି ମଧ୍ୟ ନିଜର ବିହାର ପଦାଧିକାରୀମାନଙ୍କୁ ଦିଲ୍ଲୀ ଡକାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ଭାରତୀୟ ଜନତା ପାର୍ଟି ତଥା ବିଜେପି ନୀତୀଶ କୁମାରଙ୍କ ଘର ବାହୁଡାକୁ ମଞ୍ଜୁରୀ ଦେଇସାରିଛି। ଏଭଳି ସ୍ଥିତିରେ ନୀତୀଶ ବିହାର ବିଧାନସଭା ଭାଙ୍ଗି ପାରନ୍ତି ବୋଲି କୁହାଯାଇଛି। ବିଜେପି ନିଜର ସମସ୍ତ ବିଧାୟକଙ୍କୁ ପାଟନା ଡକାଇଥିବା ମଧ୍ୟ ସୂଚନା ମିଳିଛି।

ବିହାର ରାଜନୀତିରେ ବିଗତ ୩ ଦଶନ୍ଧିରୁ ଅଧିକ ସମୟ ହେବ ନୀତୀଶ କୁମାର ଓ ଲାଲୁ ଯାଦବଙ୍କ ଦବଦବା ରହି ଆସିଛି। ଦୁଇ ନେତା ୧୯୭୪ ବିହାର ଛାତ୍ର ଆନ୍ଦୋଳନରେ ଭାଗ ନେଇ ରାଜନୀତିରେ ପ୍ରବେଶ କରିଥିଲେ। ଲାଲୁ ପ୍ରସାଦ ଯାଦବ ୧୯୭୭ ମସିହାରେ ହିଂ ସାଂସଦ ହୋଇଯାଇଥିଲେ ହେଲେ ନୀତୀଶ କୁମାରଙ୍କୁ ବିଧାୟକ ହେବା ପାଇଁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ୧୯୮୫ ମସିହାରେ ପ୍ରଥମଥର ପାଇଁ ନୀତୀଶ କୁମାର ବିଧାୟକ ହୋଇଥିଲେ।

ବିହାର ରାଜନୀତିରେ ନୀତୀଶ କୁମାରଙ୍କ ଭଲ ଦଖଲ ରହିଛି। ୧୯୯୦ ମସିହାରେ ଯେବେ ଲାଲୁ ପ୍ରସାଦ ଯାଦବ ପ୍ରଥମଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ସେହି ସମୟରେ ଲାଲୁ ଯାଦବଙ୍କୁ ନୀତୀଶ ସମର୍ଥନ କରିଥିଲେ। ପରେ ଦୁଇ ନେତାଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ବହୁ ସମୟରେ ଦୁଇ ନେତା ଉଭୟ ଭଭୟଙ୍କ ଭାଇ ବୋଲି ମଧ୍ୟ ଜନସଭାରେ ସମ୍ବୋଧନ କରିଛନ୍ତି।

୧୯୯୪ ମସିହାରେ ପ୍ରଥମ ବିଦ୍ରୋହ କରିଥିଲେ ନୀତୀଶ:
ନୀତୀଶ କୁମାରଙ୍କ ସାହାଯ୍ୟରେ ଲାଲୁ ପ୍ରସାଦ ଯାବ ରାମ ସୁନ୍ଦର ଦାସଙ୍କୁ ପଛରେ ପକାଇ ପ୍ରଥମଥର ପାଇଁ ୧୯୯୦ ମସିହାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ଦୁଇ ଜଣଙ୍କ ରାଜନୈତିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ନୀତୀଶ କୁମାର ଲାଲୁଙ୍କ ଉପରେ ଉପେକ୍ଷା କରୁଥିବା ଅଭିଯୋଗ ଆଣି ପାଟନା ଗାନ୍ଧୀ ପଡ଼ିଆରେ କୁର୍ମି ଅଧିକାର ରାଲି ଆୟୋଜନ ୧୯୯୪ରେ କରିଥିଲେ ଓ ଜନତା ଦଳରୁ ଅଲଗା ହେବା ନେଇ ଘୋଷଣା କରିଥିଲେ। ୧୯୯୪ ମସିହାରେ ହିଁ ନୀତୀଶ କୁମାର ସମାଜବାଦୀ ନେତା ଜର୍ଜ ଫର୍ଣ୍ଣାଡିସ୍, ଲଲନ ସିଂହଙ୍କ ସହିତ ମିଶି ସମତା ପାର୍ଟିର ଗଠନ କରିଥିଲେ। ୧୯୯୫ ନିର୍ବାଚନରେ ନୀତୀଶ ବାମଦଳ ସହିତ ମିଶି ନିର୍ବାଚନ ଲଢ଼ିଥିଲେ ହେଲେ ବିଶେଷ ସୁଫଳ ମିଳିନଥିଲା। ଏହାପରେ ସେ ସିପିଆଇ ସହିତ ଗଠବନ୍ଧନ ଭାଙ୍ଗି ଏନଡିଏର ହାତ ଧରିଥିଲେ।

ମୋଦିଙ୍କ ଉଦୟ ପରେ ଲାଲୁଙ୍କ ସହିତ ଗଠବନ୍ଧନ କରିଥିଲେ:
୧୯୯୬ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ନୀତୀଶ ଏନଡିଏର ଏକ ଅଂଶ ହୋଇଗଲେ ଓ ବିଜେପି ସହିତ ସମ୍ପର୍କ ୨୦୧୦ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଭଲ ଥିଲା। ସେହି ବର୍ଷ ଏନଡିଏକୁ ବଡ଼ ବିଜୟ ମିଳିଥିଲା ବିହାରରେ। ୨୦୧୨ରେ ବିଜେପିରେ ନରେନ୍ଦ୍ର ମୋଦିଙ୍କ ଦବଦବା ବଢ଼ିବା ପରେ ନୀତୀଶ କୁମାର ଏନଡିଏ ସହ ସମ୍ପର୍କ ଭାଙ୍ଗିଥିଲେ ଓ ୨୦୧୪ ଲୋକସଭା ନିର୍ବାଚନରେ ଆରଜେଡି ଏକାକି ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲେ। ଲୋକସଭା ନିର୍ବାଚନରେ ଆରଜେଡି ମାତ୍ର୨ଟି ଆସନରେ ବିଜୟ ହୋଇଥିଲା। ପରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇଥିଲେ। ପରେ ଲାଲୁ ପ୍ରସାଦଙ୍କ ସହ ମିଶି ଗଠବନ୍ଧନ କରି ୨୦୧୫ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଉ ଏହି ଗଠବନ୍ଧନକୁ ବିଧାନସଭା ନିର୍ବାଚନରେ ଅପୂର୍ବ ସଫଳତା ମିଳିଥିଲା।

୨୦୧୭ରେ ନୀତୀଶ ପୁଣି ଛାଡ଼ିଲେ ଲାଲୁଙ୍କ ହାତ:
୨୦୧୫ର ୨ ବର୍ଷ ପରେ ୨୦୧୭ ମସିହାରେ ପୁଣିଥରେ ନୀତୀଶ କୁମାର ସମସ୍ତ ଙ୍କୁ ଚକିତ କରିଥିଲେ। ସେ ଗଠବନ୍ଧନକୁ ଦୋଷ ନଦେଇ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ନାମ ଆଇଆରସିଟିସି ଘୋଟାଲରେ ସାମ୍ନାକୁ ଆସିଥିଲା। ଏହାକୁ କାରଣ ଦର୍ଶାଇ ନୀତୀଶ ପୁଣିଥରେ ଗଠବନ୍ଧନ ଭାଙ୍ଗିଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ତୁରନ୍ତ ଏନଡିଏରେ ସାମିଲ ହୋଇ ଗଠବନ୍ଧନ କରିଥରେ ପରେ ସରକାର ଗଠନ କରିଥିଲେ।

୨୦୨୦ ନିର୍ବାଚନରେ ନୀତୀଶଙ୍କୁ ମିଳିଲାନି ଭଲ ସଫଳତା:
୨୦୨୦ ବିହାର ବିଧାନସଭା ନିର୍ବାଚନରେ ନୀତୀଶ କୁମାର ବିଜେପି ସହିତ ମିଶି ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ। ନୀତୀଶଙ୍କ ଦଳ ଜେଡିୟୁକୁ ମାତ୍ର ୪୩ଟି ସିଟ୍‌ ମିଳିଥିଲା। ସେହିପରି ବିଜେପିକୁ ୭୪ ଓ ଆରଜେଡି ୭୫ଟି ଆସନରେ ବିଜୟୀ ହୋଇଥିଲା। ହେଲେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ୨୦୨୨ରେ ପୁଣିଥରେ ନୀତୀଶ କୁମାରଙ୍କୁ ବିଜେପିରେ ଭଲ ଲାଗିନଥିଲା। ବିଜେପି କାମରେ ଅତିଷ୍ଠ କାରଣ ଦର୍ଶାଇ ନୀତୀଶ କୁମାର ପୁଣିଥରେ ବିଜେପି ହାତ ଛାଡ଼ି ଘଣ୍ଟାଏ ମଧ୍ୟରେ ଆରଜେଡି ସହ ମିଶି କଂଗ୍ରେସ ଓ ଲେଫ୍ଟକୁ ହାତ କରି ସରକାର ବନେଇଲେ। ନିଜେ ମୁଖ୍ୟମନ୍ତ୍ରୀ ଓ ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Leave A Reply

Your email address will not be published.