ମନି ଲଣ୍ଡରିଂ ମାମଲା: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି ଟିମ୍

ଓଏଲ୍ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ଇଡି ଟିମ୍ ପହଂଚିଛନ୍ତି। ହେମନ୍ତ ସୋରେନଙ୍କ ଦିଲ୍ଳୀ ବାସଭବନରେ ଇଡି ଟିମ୍ ପହଂଚିଛନ୍ତି। ମନି ଲଣ୍ଡରିଂ ମାମଲାରେ ସୋରେନଙ୍କୁ ଇଡି ପକ୍ଷରୁ ପଚରାଉଚରା ଜାରି ହୋଇଛି। ୯ ଥର ସମନ ସତ୍ତ୍ୱେ ଇଡିରେ ହେମନ୍ତ ସୋରେନ ହାଜର ହୋଇ ନଥିଲେ।