ହୃଦଘାତ ଯୋଗୁଁ ବସ୍ ଡ୍ରାଇଭରଙ୍କ ମୃତ୍ୟୁ; ଅଳ୍ପକେ ବର୍ତ୍ତିଲେ ୫୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ

ଓଏଲ୍ ବ୍ୟୁରୋ: କୋଲକାତାରୁ ପଞ୍ଚଲିଙ୍ଗେଶ୍ୱର ଆସୁଥିବା ଏକ ବସରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ହୃଦଘାତ ଯୋଗୁଁ ଚଳନ୍ତା ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ତୁରନ୍ତ ହସ୍ପିଟାଲ ନିଆଯିବା ସତ୍ତ୍ୱେ ମୃତ ଘୋଷଣା କଲେ ଡାକ୍ତର। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଲେ ୫୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ। ହୃଦଘାତରେ ଟଳି ପଡ଼ିବା ପୂର୍ବରୁ ବସ୍କୁ ସୁରକ୍ଷିତ ଭାବେ ନିୟନ୍ତ୍ରଣ କଲେ। କୋଲକାତାରୁ ପଞ୍ଚଲିଙ୍ଗେଶ୍ୱର ଆସୁଥିଲେ ୫୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ। ପାଟପୁର ପାଖରେ ଘଟଣା ଘଟିବା ପରେ ସହଯୋଗ କଲେ ଲୋକେ। ସ୍ଥାନୀୟ ଜଣେ ଯୁବକ ବସ୍ ଚଳାଇ ପର୍ଯ୍ୟଟକଙ୍କୁ ପହଞ୍ଚାଇଥିବା ଜଣା ପଡିଛି।