Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ଠାବ ହେଲା ବିପୁଳ ସଂପତ୍ତି

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଳସେଚନ କନିଷ୍ଠ ଯନ୍ତ୍ରୀ। ଆୟ ବର୍ହିଭୂତ ସଂପତ୍ତି ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ କରାଯାଇଛି। ମାଲକାନଗିରି ଜଳ ସମ୍ପଦ ବିଭାଗର ଅଫିସର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ଏହି ଚଢାଉ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। ମାଲକାନଗିରି ଅଫିସ ଓ ଘରେ ଭିଜିଲାନ୍ସ ରେଡ୍ ଚାଲିଛି। ଜଳେଶ୍ବର, ଭୁବନେଶ୍ବର, ବାଲେଶ୍ବରରେ ବି ରେଡ୍ ଜାରି ରହିଛି।

ରେଡ୍ ଜାରି ରହିଥିବାବେଳେ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ବିପୁଳ ସଂପତ୍ତି ଠାବ କରାଯାଇଛି। ଜଳେଶ୍ୱରରେ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କ ୧୧ଟି ପ୍ଲଟ, ଜଳେଶ୍ୱରରେ ୩ ମହଲା କୋଠା, ଭୁବନେଶ୍ବରରେ ଗୋଟିଏ ଫ୍ଲାଟ, ନଗଦ ୧ ଲକ୍ଷ ୪୩ ହଜାର ଟଙ୍କା ସହ ବ୍ୟାଙ୍କ ଓ ପୋଷ୍ଟାଲ ଜମା ଠାବ କରାଯାଇଛି।

Leave A Reply

Your email address will not be published.