Odisha Link
Bridging the Missing Links in Odisha

ଡାକ୍ତରୀ ପିଲାଙ୍କ ପାଇଁ ବଡ଼ ନିର୍ଦ୍ଦେଶନାମା; ନିୟମ ଭାଙ୍ଗିଲେ ଗଣିବେ ଜରିମାନା

ଓଏଲ୍‌ ବ୍ୟୁରୋ: ରାଜ୍ୟର ସରକାରୀ ମେଡିକାଲ୍ କଲେଜ କିମ୍ବା ଡେଣ୍ଟାଲ୍ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବଣ୍ଡ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି। ଡାକ୍ତରୀ ପିଲାଙ୍କ ପାଇଁ କଡ଼ା ନିୟମ ଘୋଷଣା କରାଯାଇଛି। ପାଠପଢ଼ା ସରିବା ପରେ ୨ ବର୍ଷ ସରକାରୀ ମେଡିକାଲରେ କାମ କରିବା ବାଧ୍ୟତାମୂଳକ କରାଯାଇଛି। ବଣ୍ଡ ଅବଧି ପୂରଣ ନକଲେ ଜରିମାନା ଦେବାକୁ ପଡିବ। ପାଠପଢ଼ା ବେଳେ ମିଳିଥିବା ଷ୍ଟାଇପେଣ୍ଡର ଦେବାକୁ ହେବ।

କୌଣସି ଦରମା ପାଇଥିଲେ ବି ତା’ର ୨ ଗୁଣ ଜରିମାନା ଲାଗୁ ହେବ। ତେବେ ଉଚ୍ଚ ଶିକ୍ଷା ପାଇଁ ଲାଗୁ ହେବନି ବଣ୍ଡ ନିୟମ। ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିଛି। ମାତ୍ର ସରକାରୀ ଅର୍ଥରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଳେଜରେ ପଢୁଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ଅନିଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ଏହି ଡାକ୍ତରମାନେ କିଭଳି ସେବା ଯୋଗାଇବେ, ସେଥିପାଇଁ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ନିୟମରେ ପରିବର୍ତ୍ତନ କରାଯାଇଛି।

Leave A Reply

Your email address will not be published.