Odisha Link
Bridging the Missing Links in Odisha

ମାଓ ଆକ୍ରମଣ: ୩ ଯବାନ ସହିଦ; ୧୪ ଆହତ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ସୁରକ୍ଷାବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏନ୍‌କାଉଣ୍ଟର ବେଳେ ନକ୍ସଲଙ୍କ ଆକ୍ରମଣରେ ୩ ଜଣ ସିଆରପିଏଫ୍‌ ଯବାନ ସହିତ ହୋଇଥିବା ବେଳେ ୧୪ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି।

ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି, ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ୨୦୨୧ ମସିହାରେ ୨୩ ଜଣ ଯବାନ ସହିଦ ହୋଇଥିଲେ।କୋବ୍ରା କୋମାଣ୍ଡୋମାନେ ଏକ ଫରୱାର୍ଡ ଅପରେସନ୍ ବେସ୍ ନିର୍ମାଣ କରୁଥିବା ବେଳେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଉପସ୍ଥିତ କୋବ୍ରା କମାଣ୍ଡୋମାନେ ଏହାର ଜବାବ ଦେଇଥିଲେ। ଦୁଇ ପକ୍ଷ ମଧ୍ୟରା ଗୁଳି ବିନିମୟ ହୋଇଥିଲା। ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୪ ଜଶ ଯବାନ ଆହତ ହୋଇଛନ୍ତି। ତେବେ ଯବାନଙ୍କ ପ୍ରତିଆକ୍ରମଣରେ ନକ୍ସଲମାନେ ସେଠାରୁ ପଳାୟନ କରିଥିଲେ।

Leave A Reply

Your email address will not be published.