Odisha Link
Bridging the Missing Links in Odisha

ଦିଲ୍ଲୀରେ ଘନକୁହୁଡ଼ିର ଆସ୍ତରଣ; ବିଳମ୍ବରେ ଗଡ଼ୁଛି ୨୩ଟି ଟ୍ରେନ୍‌

ଓଏଲ୍‌ ବ୍ୟୁରୋ: ଭାରତରେ ଘନକୁହୁଡ଼ି ଯୋଗୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଦିଲ୍ଲୀରେ ଘନ କୁହୁଡ଼ିର ଆସ୍ତରଣ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଘନ କୁହୁଡି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଉଡ଼ାଣରେ ବ୍ୟାଘାତ ସୃଷ୍ଟି ହୋଇଛି। କାଲି ରାତିରୁ ସକାଳ ମଧ୍ୟରେ ୫ ବିମାନର ଗତିପଥ ବଦଳିଲା। ଆଉ ୫୦ଟି ବିମାନର ଯାତ୍ରା ବିଳମ୍ବ ନେଇ ସୂଚନା ଜାରି କରାଯାଇଛି। ବିଭିନ୍ନ ସ୍ଥାନରୁ ଦିଲ୍ଲୀକୁ ଆସୁଥିବା ୨୩ ଟ୍ରେନ୍‌ ବିଳମ୍ବରେ ଚାଲିଛି।

Leave A Reply

Your email address will not be published.