Odisha Link
Bridging the Missing Links in Odisha

ବଡ଼ଦାଣ୍ଡରେ ଜନସମାଗମ; ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଓଏଲ୍‌ ବ୍ୟୁରୋ: ବଡ଼ଦାଣ୍ଡରେ ଜନସମାଗମ ଲାଗିରହିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଲୋକେ ପୁରୀ ଆସୁଛନ୍ତି। ସମସ୍ତ ବସ୍ ଆସି ସଙ୍ଗମ ପାର୍କିଂରେ ରହୁଛି। ସେଠାରୁ ଭକ୍ତମାନଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର୍ ବସ୍ ଯୋଗେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ପର୍ଯ୍ୟନ୍ତ ଯାଉଛନ୍ତି। ସେଠାରୁ ଶ୍ରୀଦାଣ୍ଡ ଦେଇ ଭକ୍ତମାନେ ଶ୍ରୀମନ୍ଦିର ଗସ୍ତ କରୁଛନ୍ତି।

ଏହା ସହ ପରିକ୍ରମା ପ୍ରକଳ୍ପରେ ପ୍ରଦକ୍ଷିଣ କରିଛନ୍ତି। ଶ୍ରଦ୍ଧାଳୁଙ୍କ ରହଣୀ, ଖାଦ୍ୟ, ପାନୀୟ ଆଦି ପାଇଁ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ଆସିବେ। ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, କଟକ ଓ କେନ୍ଦ୍ରାପଡ଼ାରୁ ଭକ୍ତ ପୁରୀ ଆସୁଛନ୍ତି। ଆସନ୍ତା ଫେବ୍ରୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପାଖାପାଖି ୧୦ ହଜାର ଶ୍ରଦ୍ଧାଳୁଙ୍କୁ ପୁରୀ ଅଣାଯିବ। ପରିକ୍ରମା ପ୍ରକଳ୍ପ ବୁଲା ଖର୍ଚ୍ଚ ସରକାର ବହନ କରିବେ।

Leave A Reply

Your email address will not be published.