Odisha Link
Bridging the Missing Links in Odisha

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ଦ୍ବିତୀୟ ଦିନରେ ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଗୃହ ମଧ୍ୟଭାଗରେ ଧାରଣା ଦେଇଥିଲେ। ବେଦାନ୍ତ ଜମି ଫେରସ୍ତ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କଲେ ନରସିଂହ ମିଶ୍ର। ବାଚସ୍ପତି ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଉଥିବାବେଳେ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି।

ପାନୀୟ ଜଳ ଯୋଗାଣ ଉପରେ ଆଲୋଚନା ଜାରି ରହିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି। କେବେ ସୁଦ୍ଧା ପ୍ରତି ଗାଁରେ ପାଣି ଯୋଗାଇଦିଆଯିବ ବୋଲି ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି। ୨୦୨୪ ସୁଦ୍ଧା ସବୁ ଗାଁରେ ପାଇପ୍‌ ଯୋଗେ ପାଣି ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖିଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ମାର୍ଚ୍ଚ ୨୦୨୩ ସୁଦ୍ଧା, ୫୮ ପ୍ରତିଶତ ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। ଉତ୍ସ କି ଜମି ସମସ୍ୟା ଥିବା ଅଞ୍ଚଳରେ ୨୦୨୫ ସୁଦ୍ଧା ପହଞ୍ଚାଇବାକୁ ଲକ୍ଷ୍ୟ। ୭୦ ଲୋକଙ୍କ ଜନସଂଖ୍ୟା ଥିଲେ ବି ନୂତନ ନଳକୂପ ଲଗାଯିବ। ପାଣି ସମସ୍ୟା ସମାଧାନ ପାଇଁ ହେଲ୍ପ ଲାଇନ ନମ୍ବର ୧୯୧୬ ଜାରି କରାଯାଇଛି।

Leave A Reply

Your email address will not be published.