Odisha Link
Bridging the Missing Links in Odisha

ସରି ଆସୁଛି ବିଏସକେୱାଇ୍ ନବୀନ କାର୍ଡ ଆବେଦନର ଅବଧି; ଜାଣନ୍ତୁ କେମିତି କରିବେ ପଞ୍ଜିକରଣ

ଓଏଲ୍‌ ବ୍ୟୁରୋ: ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଉ ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି ବୃଦ୍ଧି କରାଯାଇଥିବାବେଳେ ଆସନ୍ତାକାଲି ଶେଷ ହେବାକୁ ଯାଉଛି। ପୂର୍ବରୁ ବିଏସକେୱାଇ୍ ନବୀନ କାର୍ଡ ଆବେଦନର ଶେଷ ଦିନ ଜାନୁଆରୀ ୨୮ ତାରିଖ ରହିଥିଲା। ପରେ ପଞ୍ଜିକରଣ ଆବେଦନ ଅବଧିକୁ ଫେବୃଆରୀ ୮ ତାରିଖ ଯାଏଁ ବଢାଇ ଦେଇଥିଲେ ରାଜ୍ୟ ସରକାର। ନୂଆ ବର୍ଷରୁ ବିଏସକେୱାଇ୍-ନବୀନ କାର୍ଡର ଶୁଭାରମ୍ଭ ହୋଇଛି। ଗତ ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହୋଇଥିଲା।

ଡବ୍ଲୁଡବ୍ଲୁଡବ୍ଲୁ.ବିଏସକେୱାଇନବୀନ.ଓଡିଶା.ଜିଓଭି.ଇନ୍ ଜରିଆରେ ଜଣେ ବ୍ୟକ୍ତି ନିଜ କାର୍ଡ ପାଇଁ ଆବେଦନ କରିପାରିବେ।

କେମିତି କରିବେ ନବୀନ କାର୍ଡ ପାଇଁ ଆବେଦନ?

ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବିଏସ୍କେୱାଇ୍-ନବୀନ କାର୍ଡର ଅନଲାଇନ୍ ପଞ୍ଜିକରଣ। ପାଖରେ ରାସନକାର୍ଡ ନଥିଲେ ବି ବିଏସ୍କେୱାଇ୍-ନବୀନ କାର୍ଡ ପାଇଁ କରିପାରିବେ ଆବେଦନ। ମୋ ସେବା କେନ୍ଦ୍ରରେ ବିନା ଦେୟରେ କରିପାରିବେ ଆବେଦନ। ଅଫଲାଇନ୍ ଦରଖାସ୍ତ ଗ୍ରହଣ କରାଯିବାର ବ୍ୟବସ୍ଥା ନାହିଁ। ସରକାରୀ ଚାକିରିଆ, ପେନସନ୍ଭୋଗୀ ଓ ଆୟକରଦାତା ଏ ସୁବିଧା ପାଇପାରିବେ ନାହିଁ। ରାସନକାର୍ଡ ନାହିଁ, ସେମାନେ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଅନଲାଇନ୍ ଆବେଦନ କରିପାରିବେ।

ପଞ୍ଜିକରଣ ପାଇଁ ଆବଶ୍ୟକୀୟ କାଗଜପତ୍ର:

ପରିବାର ମୁଖ୍ୟଙ୍କ ନାଁରେ ପଂଜିକରଣ ହେବା ଆବଶ୍ୟକ। ଦରଖାସ୍ତକାରୀଙ୍କ ପାଇଁ ଆଧାର ଭିତିକ ଇ-କେ.ଓାଇ.ସି ବାଧ୍ୟତାମୂଳକ। ୧୮ ବର୍ଷରୁ ଊଦ୍ଧ୍ୱର୍ ସଦସ୍ୟମାନଙ୍କର ଭୋଟ ପରିଚୟ ପତ୍ର ଥିବା ଆବଶ୍ୟକ। ଦରଖାସ୍ତକାରୀଙ୍କର ସକ୍ରିୟ ମୋବାଇଲ ନମ୍ବର ଆଧାର କାର୍ଡ ସହ ସଂଯୋଗ ହୋଇଥିବ। ଯଦି ୫ ବର୍ଷରୁ କମ ପିଲାଙ୍କ ଆଧାର କାର୍ଡ ନଥିବ, ତେବେ ପିଲାଙ୍କ ଆଧାର ନମ୍ବର ଦାଖଲ ନିମନ୍ତେ ଅଣ୍ଡରଟେକିଂ ଦେବା ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.