Odisha Link
Bridging the Missing Links in Odisha

ପରୀ ଭଳି ସମ୍ବେଦନଶୀଳ ମାମଲାରେ ବିରୋଧୀ ହୀନ ରାଜନୀତି କରୁଛନ୍ତି: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: କାମଚଳା ବଜେଟ ଅଧିବେଶନରେ ମହାମହିମ ରାଜ୍ୟପାଳ ଅଭିଭାଷଣ ରଖିଥିଲେ। ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ପରୀ ହତ୍ୟା ପ୍ରସଙ୍ଗ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ରାଜନୀତି କରୁଛନ୍ତି।ଗତକାଲି ପରୀ ହତ୍ୟା ଘଟଣାରେ ଦୋଷୀକୁ ଦଣ୍ଡବିଧାନ ହୋଇଛି। ନିର୍ବାଚନ ସମୟରେ ଯଦି ବି ରାଜନୀତି ହେବାକଥା ହେଲେ ବିରୋଧୀ ହୀନ ରାଜନୀତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହପିରି ସେ ଆହୁରି କହିଛନ୍ତି, ବିଏସକେୱାଇ କାର୍ଡ ଦେଶର ସବୁଠାରୁ ଭଲ ଯୋଜନା। ଏହି ଯୋଜନା ଆଦିବାସୀମାନଙ୍କ ପାଇଁ ସହାୟକ ହେବ। ଓଡ଼ିଶା ଆଜି ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି ବୋଲି ସେ କହିଛନ୍ତି। ଏହାସହ ରାଜ୍ୟରେ ୨୦୦୦ ମସିହାରେ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଏବେ ଏହା ୧୦ ପ୍ରତିଶତକୁ ଖସିଛି। ଏହା ରାଜ୍ୟ ସରକାରଙ୍କ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଲିଙ୍ଗରାଜ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଉଦ୍ୟମ କରାଯାଇଥିଲା। ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା କଥା ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଛନ୍ତି।

Leave A Reply

Your email address will not be published.