Odisha Link
Bridging the Missing Links in Odisha

ରାଉରକେଲାରେ ରାହୁଲ ଗାନ୍ଧୀ; ବେଦବ୍ୟାସ ମନ୍ଦିରରେ କଲେ ପୂଜାର୍ଚ୍ଚନା

ଓଏଲ୍‌ ବ୍ୟୁରୋ: କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଜାରି ରହିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଓଡ଼ିଶାରେ ପହଂଚିଛି। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ଏହି ଅବସରରେ ରାଉରକେଲା ବେଦବ୍ୟାସ ମନ୍ଦିରରେ ରାହୁଲ ଗାନ୍ଧି ପହଂଚିଛନ୍ତି। ଏହା ପରେ ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ସେ ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ସୂଚନା ଅନୁସାରେ, ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ଉଦିତନଗର ଛକରୁ ପାନପୋଷକୁ ପଦଯାତ୍ରା ସହ ସମାବେଶ କରିବେ। ରାଜଗାଙ୍ଗପୁର, କୁତ୍ରା ଓ ବଡ଼ଗାଁ ଦେଇ ରାହୁଲ ଗାନ୍ଧି ସୁନ୍ଦରଗଡ଼ରେ ପହଞ୍ଚିବେ। ଆସନ୍ତାକାଲି ରାହୁଲ ଗାନ୍ଧୀ ଝାରସୁଗୁଡ଼ାରେ ପଦଯାତ୍ରା କରିବା ପରେ ଛତିଶଗଡ଼ ଯିବେ।

ଗତକାଲି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟଯାତ୍ରା ପହଂଚିବା ପରେ ଦଳୀୟ କର୍ମୀମାନେ ରାହୁଲ ଗାନ୍ଧୀଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା। ବୀରମିତ୍ରପୁରଠାରେ ଓଡ଼ିଶା କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯିବା ପରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପତାକା ରାଜ୍ୟ କଂଗ୍ରେସକୁ ହସ୍ତାନ୍ତର କରାଯାଇଥିଲା।

Leave A Reply

Your email address will not be published.