Odisha Link
Bridging the Missing Links in Odisha

ନବୀନ ନିବାସରେ କୋର୍‌ କମିଟି ବୈଠକ: ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର

ଓଏଲ୍‌ ବ୍ୟୁରୋ: ଆଜି ନବୀନ ନିବାସରେ ବିଜେଡିର କୋର୍‌ କମିଟି ବୈଠକ ଜାରି ରହିଛି। ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଥିଥିବାବେଳେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନେବା ନେଇ ଚର୍ଚ୍ଚା ହେଉଛି। ବୈଠକରେ ମନ୍ତ୍ରୀ ପ୍ରତାପ ଦେବ ଓ ଟୁକୁନି ସାହୁ ଉପସ୍ଥିତ ରହିଥିବାବେଳେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ ଏକ ବଡ ଖବର ସାମ୍ନାକୁ ଆସିଛି।

ବିଜେଡିରେ ଯୋଗଦେଲେ ସଂତୃପ୍ତ ମିଶ୍ର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମିଶିଲେ। ପୂର୍ବରୁ ସଂତୃପ୍ତ ମିଶ୍ର ଆଦିତ୍ୟ ବିର୍ଲା ଏଚ୍‌ଆର ଗ୍ରୁପର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ଗତ ଡିସେମ୍ବରରେ ସେ ଚାକିରିରୁ ସ୍ଵେଛାକୃତ ଅବସର ନେଇଥିଲେ। ଏହା ସହ ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଥିଲେ।