Odisha Link
Bridging the Missing Links in Odisha

ଚଳିତବର୍ଷ ୪ଦିନ ପାଳନ ହେବ ପଞ୍ଚୁକ, ୧୩ ଦିନିଆ ଅଣସରରେ ରହିବେ ମହାପ୍ରଭୁ

ଓଏଲ୍‌ ବ୍ୟୁରୋ: ହିନ୍ଦୁ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ରୂପରେ ପାଳନ କରାଯାଏ। ତେବେ ଏବର୍ଷ ପାନ ସଂକ୍ରାନ୍ତିକୁ ନେଇ ପାଞ୍ଜି ଦ୍ୱନ୍ଦ୍ୱ ସାମ୍ନାକୁ ଆସିଥିଲା। ତେବେ ଆଜି ପାଞ୍ଜି ଦ୍ୱନ୍ଦ୍ୱ ଦୂର ହୋଇଛି। ଏପ୍ରିଲ ୧୪ ତାରିଖରେ ମହାବିଷୁବ ପଣା ସଂକ୍ରାନ୍ତି ପାଳନ ହେବ ବୋଲି ମୁକ୍ତି ମଣ୍ଡପ ପଣ୍ଡିତ ସଭା ପକ୍ଷରୁ ମୋହର ବାଜିଛି। ତେବେ ଅନ୍ୟକିଛି ଗଣନାକାରୀ ୧୩ ତାରିଖ ସଂକ୍ରାନ୍ତି ନେଇ କହିଛନ୍ତି। ଏହା ସହ କାର୍ତିକଙ୍କ ମାସରେ ପଞ୍ଚୁକ ୪ଦିନ ପାଳନ ହେବ ଏବଂ ୧୩ ଦିନିଆ ଅଣସର କରାଯିବ। ଚଳିତବର୍ଷ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶରେ ଦେଖିବାକୁ ମିଳିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକରେ ସ୍ପଷ୍ଟ ହୋଇଛି।

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି।

Leave A Reply

Your email address will not be published.