Odisha Link
Bridging the Missing Links in Odisha

ସୁଗମ ହେବ ପରିବହନ ବ୍ୟବସ୍ଥା; ଆଜି ଆଉ ୫ଟି ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍

ଓଏଲ୍‌ ବ୍ୟୁରୋ: ଆହୁରି ସୁଗମ ହେବ ପରିବହନ ବ୍ୟବସ୍ଥା। ଆଜି ଆଉ ୫ଟି ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଗ୍ରାମାଞ୍ଚଳବାସୀଙ୍କୁ ଉନ୍ନତ ଗମନାଗମନ ସେବା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ।

ସୂଚନାଯୋଗ୍ୟ ଯେ, ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ଟି ଜିଲ୍ଲା ଯୋଡି ହେଇଥିଲା। ପରେ ୫ଟି ଜିଲ୍ଲା ଯଥା ବଲାଙ୍ଗିର, ବରଗଡ, ଭଦ୍ରକ, ମୟୁରଭଞ୍ଜ ଓ ସୁନ୍ଦରଗଡ ଲକ୍ଷ୍ମୀ ଯୋଜନାରେ ସାମିଲ ହେଲା। ବର୍ତ୍ତମାନ ସୁଦ୍ଧା ୧୪ଟି ଜିଲ୍ଲା ସାମିଲ ହୋଇଛି।

ସୂଚନା ଅନୁସାରେ, ଲକ୍ଷ୍ମୀ ଯୋଜନାରେ ପୂର୍ବରୁ ୯ଟି ଜିଲ୍ଲାରେ ବସ୍ ଗଡୁଛି। ଲକ୍ଷ୍ମୀ ବସ୍ ସେବା ଗ୍ରାମାଞ୍ଚଳର ଦିନ ମଜୁରିଆ, କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଏବଂ ଚାଷୀଙ୍କୁ ବେଶ୍ ସାହାଯ୍ୟ ହେଉଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ୍ ସଂଯୋଗ, ସୁଲଭ ଓ ନିର୍ଭରଯୋଗ୍ୟ ସେବା କ୍ଷେତ୍ରରେ ସହାୟକ ହେଉଛି ଲକ୍ଷ୍ମୀ ବସ୍। ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବ୍ଲକ ସଦର ମହକୁମାରେ ବିକ୍ରି କରୁଛନ୍ତି। ଛାତ୍ରଛାତ୍ରୀମାନେ ସ୍ବଳ୍ପ ମୂଲ୍ୟରେ କଲେଜକୁ ଯାଇପାରୁଛନ୍ତି। ମହିଳା, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗମାନେ ମାତ୍ର ୫ ଟଙ୍କା ଦେଇ ଗାଁରୁ ବ୍ଲକକୁ ଯିବାର ବ୍ୟବସ୍ଥା ହୋଇଛି। ଲକ୍ଷ୍ମୀ ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ସାମାଜିକ ସଂପର୍କ ମଜବୁତ୍ ହେବା ସହିତ ଅର୍ଥନୀତି ମଧ୍ୟ ଆହୁରି ସୁଦୃଢ ହେବ।

Leave A Reply

Your email address will not be published.