Odisha Link
Bridging the Missing Links in Odisha

ଛଟେଇ କରିବ ନାଇକ୍, ପ୍ରଭାବିତ ହେବେ ୨ ପ୍ରତିଶତ କର୍ମଚାରୀ

ଓଏଲ୍‌ ବ୍ୟୁରୋ: ସାରା ଦୁନିଆରେ ଚାଲିଛି ଛେଟଇ ଋତୁ। ବୈଷୟିକ ବଜାରରେ ଆର୍ଥିକ ମାନ୍ଦାବସ୍ଥା ଓ ଆର୍ଥିକ ଚାପ ହ୍ରାସ ଆଳରେ ଘରୋଇ କମ୍ପାନୀଗୁଡ଼ିକ ଛଟେଇ ଜାରି ରଖିଛନ୍ତି। ଏସବୁ ମଧ୍ୟରେ ସ୍ପୋର୍ଟ୍ସ ବ୍ରାଣ୍ଡ ନାଇକ୍ ମଧ୍ୟ ଛଟେଇ କରିବା ନେଇ ଘୋଷଣା କରିଛି। ନାଇକ୍ ପ୍ରାୟ ଦୁଇ ପ୍ରତିଶତ ଶ୍ରମିକଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ପ୍ରାୟ୧୬୦୦ରୁ ଅଧିକ କର୍ମଚାରୀଙ୍କ ଚାକିରି ଯିବ ବୋଲି ଜଣାପଡିଛି। ଏହାପୂର୍ବରୁ ଗୁଗୁଲ, ମାଇକ୍ରୋସଫ୍ଟ, ସ୍ବିଗି ଭଳି କମ୍ପାନୀ ଛଟେଇ କରିଛନ୍ତି।

କମ୍ପାନୀ ବିକ୍ରି ମାନ୍ଦା ରହିଥିବାରୁ କର୍ମଚାରୀ ଛଟେଇ କରିବ ବୋଲି ନାଇକ ପକ୍ଷରୁ କୁହାଯାଇଛି। ୨୦୨୩ରେ ନାଇକ୍‌ର ଭଲ ବେପାର ହୋଇ ନାହିଁ। ଗତବର୍ଷ ତୁଳନାରେ ୩୦ନଭେମ୍ୱର ଯାଏ ବିକ୍ରିରେ ମାତ୍ର ୧ ପ୍ରତିଶତ ବଢ଼ିଛି। ଏଥିରେ କମ୍ପାନୀର ଲାଭ ହାର ବଢ଼ିଛି। ମାତ୍ର ଆମେରିକାରେ ବିକ୍ରି ୫ ପ୍ରତିଶତ ହ୍ରାସ ପାଇଛି।

ସୂଚନା ଥାଉକି ୨୦୨୨ରେ କମ୍ପାନୀ ୭୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା। ୨୦୨୩ରେ ୧,୧୭୫ କମ୍ପାନୀ ମୋଟ ୨,୬୦,୫୦୯ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ସେହିପରି ଗତବର୍ଷ ୧୦୬୪ କମ୍ପାନୀ ୧,୬୪,୯୬୯ କର୍ମଚାରୀ ଛଟେଇ କରିଥିଲେ।

Leave A Reply

Your email address will not be published.