Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୪ ଡାକ୍ତରଙ୍କ ସମେତ ୫ ଜୀବନ

ଓଏଲ୍‌ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛାରଖାର ପୁରା ପରିବାର। ଏକ ଟ୍ରକ୍‌ ଓ ଏକ ଏସୟୁଭି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଏକ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଡାକ୍ତର ଥିବା ବେଳେ ଆଉ ଜଣେ ଦେଢ ବର୍ଷର ଝିଅ ଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ମୃତକ ୪ ଡାକ୍ତର ଭିନ୍ନ ଭିନ୍ନ ସରକାରୀ ହସ୍ପିଟାଲରେ ଡାକ୍ତର ଭାବେ ନିୟୋଜିତ ଥିଲେ। ସେମାନେ ଜମ୍ମୁ- କଶ୍ମୀରଙ୍କୁ ଛୁଟି କାଟିବାକୁ ଯାଇଥିଲେ। ସେଠାର ଗୁଜରାଟ ଫେରୁଥିବା ବେଳେ ରାଜସ୍ଥାନର ନୌରାଙ୍ଗଡେଶର ନିକଟରେ ଏକ ଟ୍ରକ୍‌ ସହ ଧକ୍କ କାର୍‌ଟି ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏସୟୁଭି କାର୍‌ଟି ଖଣ୍ଡ ବିଖଣ୍ଡିତ ହୋଇ ରାସ୍ତାରେ ଏଣେତେଣେ ପଡ଼ିଥିଲା।

ମୃତ ପ୍ରାପ୍ତବୟସ୍କ ବ୍ୟକ୍ତିମାନେ ହେଉଛନ୍ତି ଗୋଟିଏ ପରିବାରର ଏବଂ ସମସ୍ତେ ଡାକ୍ତର। ‌ସମୋନେ ହେଲେ ଡାକ୍ତର ପ୍ରତୀକ, ତାଙ୍କ ସ୍ତ୍ରୀ ଡାକ୍ତର ହେତାଲ୍‌, ଡାକ୍ତର ପୂଜା ଓ ତାଙ୍କ ସ୍ବାମୀ ଡାକ୍ତର କରଣ। ମୃତ ପିଲାଟି ହେଉଛି ପୂଜା ଓ କରଣଙ୍କ ଝିଅ। ଏହି ଡାକ୍ତରମାନେ ସରକାରୀ ଡାକ୍ତରଖାନାରେ ଚାକିରି କରିଥିଲେ। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.