Odisha Link
Bridging the Missing Links in Odisha

ରାଜ୍ୟରେ କଲବଲ କରୁଛି ଘନ କୁହୁଡ଼ି; ଜୀବନ ଯାତ୍ରା ପ୍ରଭାବିତ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଘନ କୁହୁଡିର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି।

ରାଜ୍ୟରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ରାଜ୍ୟରେ ଘନ କୁହୁଡ଼ି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏପରିକି ୫୦ ମିଟର ପର୍ଯ୍ୟନ୍ତ ଖସିଯାଇପାରେ ଭିଜିବିଲିଟି। ଘନ କୁହୁଡି ଫଳରେ ଲୋକେ କଲବଲ ହେଉଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହେଉଛି।