Odisha Link
Bridging the Missing Links in Odisha

ବଦଳିଲା ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଠିକଣା, ଜାଣନ୍ତୁ କେଉଁଠି ଖୋଲିଲା ନୂଆ ଅଫିସ୍

ଓଏଲ୍‌ ବ୍ୟୁରୋ: ଆଜିଠାରୁ ଭୁବନେଶ୍ୱରର ପାସପୋର୍ଟ ସେବା କେନ୍ଦ୍ରକୁ ନୂଆ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଭୁବନେଶ୍ବର ରସୁଲଗଡ଼ସ୍ଥିତ ଓଡ଼ିଶା ବିଜନେସ୍ ସେଣ୍ଟର କୋଠାରେ ଥିବା ପ୍ଲଟ୍ ନଂ ୩୦,୩୧/୯୮୨ରେ ପାସପୋର୍ଟ ସେବା କେନ୍ଦ୍ରର ନୂତନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ।

ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଅଧୀନରେ ଥିବା ଭୁବନେଶ୍ବର ୟୁନିଟ୍-୮ ନୟାପଲ୍ଲୀରେ ଥିବା ପାସପୋର୍ଟ ସେବା କେନ୍ଦ୍ରକୁ ଆଜି ଠାରୁ ରସୁଲଗଡ଼କୁ ସ୍ଥାନାନ୍ତର କରାଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଥିଲା। ତେବେ ଏଥର ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ରକୁ ଆସୁଥିବା ବ୍ୟକ୍ତି ଭୁବନେଶ୍ବର ୟୁନିଟ୍-୮ ନୟାପଲ୍ଲୀ ବଦଳରେ ରସୁଲଗଡ଼ ଯିବେ।

Leave A Reply

Your email address will not be published.