Odisha Link
Bridging the Missing Links in Odisha

ବଢୁଛି ତାପମାତ୍ରା; ସତର୍କତା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଓଏଲ୍‌ ବ୍ୟୁରୋ: ଆପଣମାନେ ସ୍କୁଲରେ ‘ମାଘ ମାସରେ ବାଘ ଶୀତ…’, ପଢ଼ିଥିବେ ନିଶ୍ଚୟ। ଏହା କେବଳ ଏବେ ପଢା ବହି କିମ୍ବା ଢଗଢମାଳିରେ ହିଁ ସୀମିତ ରହିଯିବ। କାରଣ ଫେବ୍ରୁଆରୀ ନ ସରୁଣୁ ମାଘରେ ବାଘ ଶୀତ ବଦଳରେ ଅନୁଭୂତ ହେଲାଣି ଖରା। ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି ରାଜ୍‌ କରୁଛି ଗ୍ରୀଷ୍ମପ୍ରବାହ। ଗତ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୫ ଡ଼ିଗ୍ରୀ ଉପରେ ରହୁଥିବା ବେଳେ ଗତ କାଲି ୩୭ ଡ଼ିଗ୍ରୀ ଛୁଇଁଯାଇଛି। ବଢୁଥିବା ତାପମାତ୍ରାକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ରହିବାକୁ ସୂଚନା ଜାରି ହୋଇଛି।

ଅନ୍ୟପଟେ, ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୩୭ ଡିଗ୍ରୀ ତାପମାତ୍ରା ସହ ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେବଳ ସେତିକି ନୁହେଁ ରାଜ୍ୟର ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି। ବିଶେଷ କରି ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ତାତି ବଢିବ। ଦୁଇଦିନ ପରେ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ। ପଶ୍ଚିମା ଝଡ ପ୍ରଭାବରେ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷା ନେଇ ଆକଳନ କରାଯାଇଛି।

Leave A Reply

Your email address will not be published.