ମାହାଙ୍ଗା ଡବଲ୍ ମର୍ଡର ମାମଲା: ବିଚାର କରିବେ ନୂଆ ଖଣ୍ଡପୀଠ

ଓଏଲ୍ ବ୍ୟୁରୋ: ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ ଆଶ୍ବସ୍ତି ମିଳିଛି। ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରାଯାଇଛି। ହାଇକୋର୍ଟରେ ଏହି ମାମଲାର ଶୁଣାଣି କରାଯାଇଥିବାବେଳେ ବିଚାରପତି ବଦଳିବା ପାଇଁ ଖୋଦ ବିଚାରପତି କହିଛନ୍ତି। ମୁଖ୍ୟ ବିଚାରପତିଙ୍କ ସହଯୋଗରେ ବିଚାର ହେଉ ବୋଲି ଜଷ୍ଟିସ ବି.ପି ରାଉତରାୟ କହିଛନ୍ତି। ଏହା ପରେ ଜଷ୍ଟିସ ଗୌରୀ ଶଙ୍କର ଶତପଥୀ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରାଯିବ।
ସୂଚନା ଅନୁସାରେ, ପୂର୍ବରୁ ସାଲେପୁର ଜେଏମଏଫସି କୋର୍ଟ ପ୍ରତାପ ଜେନାଙ୍କୁ ୨ ସପ୍ତାହ ମହଲତ ପ୍ରଦାନ କରିଥିଲା। ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ ସମୟ ଦିଆଯାଇଥିଲା। ବ୍ୟକ୍ତିଗତ ହାଜିରାରୁ ବାଦ୍ ଦେବାକୁ ପ୍ରତାପ ଜେନା ଆବେଦନ କରିଥିଲେ। ଏନେଇ ଶୁଣାଣି ପାଇଁ ୨ ସପ୍ତାହ ଦେବାକୁ ଆବେଦନ କରିଥିଲେ।
ଅଭିଯୋଗ ମୁତାବିକ, ସାକ୍ଷୀଙ୍କ ବୟାନ ଓ ଅନ୍ୟ ରେକର୍ଡରୁ ବିଧାୟକଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡଯନ୍ତ୍ର, ହତ୍ୟା ଧମକ ଅଭିଯୋଗ ନେଇ ଆପାତତଃ ମାମଲା ରହିଛି ବୋଲି କହିଛନ୍ତି ଅଦାଲତ। ଜାନୁୟାରୀ ୨୦୨୧ରେ ମାହାଙ୍ଗାରେ ଘଟିଥିଲା ଡବଲ୍ ମର୍ଡର। କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏଥିରୁ ୯ ଜଣ ଗିରଫ ହୋଇଥିଲେ। ଏତଲା ଅନୁସାରେ ୧୩ ନମ୍ବର ଅଭିଯୁକ୍ତ ଥିଲେ ପ୍ରତାପ ଜେନା। ତେବେ ପରବର୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଯାଇଥିଲା।