Odisha Link
Bridging the Missing Links in Odisha

ବିଦେଶିନୀଙ୍କୁ ଅସଦାଚରଣ ଘଟଣା: ଗିରଫ ହେଲେ ଲିଙ୍ଗରାଜ ମନ୍ଦିରର ସେବାୟତ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରକୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି। କେବଳ ରାଜ୍ୟରୁ ନୁହେଁ ବରଂ ରାଜ୍ୟ ବାହାରୁ ବିଦେଶିନୀ ମାନେ ମଧ୍ୟ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି। ତେବେ ଏହାରି ମଧ୍ୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଦେଶିନୀଙ୍କୁ ଅସଦାଚରଣ ଘଟଣା ସାମ୍ନାକୁ ଆସିଥିଲା। ଅସଦାଚରଣ ନେଇ ଥାନାରେ ଏତଲା ଦେଇଥିଲେ ବିଦେଶିନୀ। ଅଭିଯୋଗ କ୍ରମେ ଅସଦାଚରଣ କରିଥିବା ଅଭିଯୁକ୍ତ ସେବାୟତ କୁଣ୍ଡୁ ମହାପାତ୍ରକୁ ପୁଲିସ ଗିରଫ କରିଛି।