Odisha Link
Bridging the Missing Links in Odisha

ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ

ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ଭିତରେ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଛି। ଆଜି ବିଜେପିରେ ଯୋଗ ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଛନ୍ତି।

ସୂଚନା ଅନୁସାରେ, ଗତ ୨୦୨୦ରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା। ଆଇଏଫଏସ୍ ଅଫିସର ଅଭୟ ପାଠକଙ୍କ ଅମାପ ସଂପତ୍ତିର ଗୁମର ଖୋଳୁ ଖୋଳୁ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ଶ୍ରୀ ପାଣିଗ୍ରାହୀଙ୍କ ସଂପର୍କ ଥିବା ସୂଚନା ମିଳିଥିଲା। ଏହାକୁ ନେଇ ରାଜନୀତି ବି ଜୋର ଧରିଥିଲା। ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳର ବିଧାୟକ ମାନେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।

ପରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ସେ ବହିଷ୍କୃତ ହୋଇଥିଲେ। ଜନ ବିରୋଧୀ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଦଳରୁ ବାହାର କରାଯାଇଥିଲା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏଭଳି କରାଯାଇଥିଲା।

Leave A Reply

Your email address will not be published.