Odisha Link
Bridging the Missing Links in Odisha

ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା; ଜଳିବ ଝାଡଦୀପ

ଓଏଲ୍‌ ବ୍ୟୁରୋ: ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ। ଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲାର ଯୋରନ୍ଦା ମହିମାଗାଦି ପୀଠ। ଏହି ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ହୋଇ ସାରିଛି। ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମାଗାଦି ପୀଠ। ଯୋରନ୍ଦାର ମାଘ ମେଳା ସବୁଠୁ ଅନନ୍ୟ।

ଆଜିଠୁ ୩ ଦିନ ବ୍ୟାପୀ ମହିମା ସାଧୁଙ୍କ ମନ୍ତ୍ରରେ ପ୍ରକମ୍ପିତ ହେବ ମହିମା ପୀଠ। ବିଶ୍ୱର ମଙ୍ଗଳ କାମନା ଉଦ୍ଦେଶ୍ୟରେ ୨ ଦିନ ଧରି ଜଳିବ ଝାଡଦୀପ। ସୂର୍ଯ୍ୟଙ୍କୁ ପୂଜାରୁ ନେଇ ସମସ୍ତ ନୀତି ପାଳିବେ ମହିମାଧର୍ମୀ ମାନେ।ଏହି ଅବସରରେ ମୁଖ୍ୟ ଆକର୍ଷଣ ପାଲଟିବ ଝାଡଦୀପ। ମହଣ ମହଣ ଘିଅରେ ଆହୂତି ଦିଆଯିବ।ଚଳିତ ବର୍ଷ ୪ଲକ୍ଷ ଭକ୍ତ ସମାଗମ ହେବାକୁ ଥିବାବେଳେ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ପୁଲିସ ଫୋର୍ସ ମୁତୟନ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ସୂଚନାଥାଉକି, ୨୨ରୁ ୨୪ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାଳିତ ହେବ ଏହି ମେଳା।ଏନେଇ ବାହାରୁ ସାଧୁସନ୍ଥଙ୍କ ସମାଗମ ହେବ।ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥାମାନ ମଧ୍ୟ କରାଯାଇଛି।

Leave A Reply

Your email address will not be published.