Odisha Link
Bridging the Missing Links in Odisha

ମିଶ୍ରଣ ପର୍ବ: ବିଜେଡିରେ ସାମିଲ ହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ସେତେ ମିଶ୍ରଣ ପର୍ବ ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ନରେ ବିଜେଡିରୁ ବହିଷ୍କୃତ ହୋଇଥିବା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିଛନ୍ତି। ସେହିପରି ଆଜି ସନ୍ଧ୍ୟାରେ କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି ପଶ୍ଚିମ ଓଡ଼ିଶାର କିଛି ନେତା।

ଆଜି ଶଙ୍ଖଭବନରେ ବିଜେଡିରେ ସାମିଲ ହୋଇଛନ୍ତି ବଲାଙ୍ଗିରର ବୈଶାଖୁ ଗଡ଼ତ୍ୟା, ତୁଷାରକାନ୍ତି ଗଡ଼ତ୍ୟା, ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ଶତାଧିକ ବିଜେପି କର୍ମୀ। ଏହାପରେ ଦଳୀୟ ଉତ୍ତରୀୟ ଦେଇ ମିଶ୍ରଣ ପର୍ବରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ବିଜେଡିର ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଓ ପ୍ରିୟବ୍ରତ ମାଝୀ।

ବିଜେଡିରେ ମିଶିବା ପରେ ପୂର୍ବତନ ଏଜି ଅଫିସର ସୁକାନ୍ତ ପାଣିଗ୍ରାହୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଭୋକର ଭୂଗୋଳରୁ ବଳକା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହୋଇଛି ରୂପାନ୍ତରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଏବଂ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛି।

Leave A Reply

Your email address will not be published.