ଭାରତ ପରେ ଚନ୍ଦ୍ରରେ ଆମେରିକା; ଦକ୍ଷିଣ ମେରୁରେ ‘ଓଡିସିଏସ୍’ର ସଫ୍ଟ ଲ୍ୟାଣ୍ଡିଂ
ଓଏଲ୍ ବ୍ୟୁରୋ: ଆମେରିକାର ସ୍ପେସ ଏଜେନ୍ସି ନାସା ନିଜର ମୁନ୍ ମିଶନ୍ କୁ ନେଇ ଏକ ବଡ଼ ଖୁଲାସା କରିଥିଲା। ଭାରତ(ଇସ୍ରୋ)ର ଚନ୍ଦ୍ରଯାନ-୩ ଜହ୍ନ ରାଇଜର ଦକ୍ଷିଣ ମେରୁରେ ପାଦ ଥାପିବା ସହ ଏକ ଇତିହାସ ସୃଷ୍ଟି କରିଛି। ପରେ ନାସାର ମୁନ୍ ମିଶନ୍ ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟାରେ ନାସା ପକ୍ଷରୁ ମୁନ୍ ମିଶନ୍ ଆରମ୍ଭ ହୋଇଛି।
ଦକ୍ଷିଣ ମେରୁରେ ‘ଓଡିସିଏସ୍’ ସଫ୍ଟ ଲ୍ୟାଣ୍ଡିଂ କରିଛି। ଆମେରିକାର ଏକ ଘରୋଇ ଲ୍ୟାଣ୍ଡରର ସଫଳ ଅବତରଣ। ଚନ୍ଦ୍ରରେ ଓହ୍ଲାଇଲା ଇଣ୍ଟୁଇଟିଭ ମେସିନ IM-1। IM-1ରେ ରହିଛି ୬ଟି ପେଲୋଡ। ଚନ୍ଦ୍ରର ଜଳବାୟୁ ସମ୍ପର୍କରେ ଅନୁଧ୍ୟାନ କରିବ। ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପ୍ରଥମ ଥିବାବେଳେ ପରେ ଆମେରିକା ପହଂଚିଛି।
ଅନ୍ୟପଟେ, ସାରା ବିଶ୍ବ ଦେଖିଥିଲା ଭାରତର ପରାକ୍ରମ। ଦେଶର ଗଳିକନ୍ଦିରେ ଉତ୍ସବର ମାହୋଲ। ସବୁଠି ଖୁସି ଆଉ ଖୁସି। କାରଣ ଇତିହାସ ରଚିଛି ଇସ୍ରୋ। ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତ ପହଞ୍ଚିଛି।