Odisha Link
Bridging the Missing Links in Odisha

ଜ୍ଞାନବାପୀ ମାମଲା: ମୁସଲିମ୍‌ ପକ୍ଷକୁ ଶକ୍ତ ଝଟକା; ହିନ୍ଦୁ ପୂଜାକୁ ମିଳିଲା ଅନୁମତି

ଓଏଲ୍‌ ବ୍ୟୁରୋ: ଜ୍ଞାନବାପୀ ପୀଠ ମାମଲାରେ ଆହ୍ଲାବାଦ ହାଇର୍କୋଟଙ୍କ ବଡ଼ ରାୟ। ପୀଠରେ ଜାରି ରହିବ ହିନ୍ଦୁ ପକ୍ଷଙ୍କ ପୂଜାର୍ଚ୍ଚନା। ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠରେ ଶୁଣାଣି ପରେ ରାୟ ଶୁଣାଇଛନ୍ତି କୋର୍ଟ।ଅନଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରିଛନ୍ତି ଉଚ୍ଚ ନ୍ୟାୟାଳୟ।

ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷର ଆବେଦନକୁ ଖାରଜ କରି ହିନ୍ଦୁମାନଙ୍କୁ ଜ୍ଞାନବାପୀରେ ପ୍ରାର୍ଥନା କରିବାକୁ ଅନୁମତି ଦେଇଛନ୍ତି। ପୂର୍ବରୁ ହିନ୍ଦୁ ପକ୍ଷ ଏଠାରେ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ। ଏହାର ଶୁଣାଣି କରି ଜାନୁଆରୀ ୩୧ରେ ପୂଜା ପାଇଁ ଅନୁମତି ଦେଇଥିଲେ ଅଦାଲତ।

ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଏକକ ବେଞ୍ଚରୁ ଏହି ନିଷ୍ପତ୍ତି ନିଆଯାଇଛି। ମୁସଲମାନ ପକ୍ଷ ଅର୍ଥାତ୍‌ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟି ଜିଲା ଜଜ ବାରାଣସୀ ପୂଜା ଆରମ୍ଭ କରିବା ଆଦେଶକୁ ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

Leave A Reply

Your email address will not be published.