Odisha Link
Bridging the Missing Links in Odisha

ନବୀନ ନିବାସରେ ଭିଡ଼; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୧୪ଟି ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧି

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ମଝିରେ ଆଉ ଏକ ମାସ ସମୟ। ତେବେ ଭୋଟ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ, ବିଭିନ୍ନ ରାଜ୍ୟକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଅନ୍ୟପଟେ ନିର୍ବାଚନ ତାରିଖ ଘୋଷଣା ନହୋଇଥିବା ବେଳେ ଓଡ଼ିଶା ରାଜନୀତି ସରଗରମ।

ସାଧାରଣ ନିର୍ବାଚନକୁ ଆଉ କିଛିଦିନ ବାକି ଥିବା ବେଳେ ନବୀନ ନିବାସରେ ଭିଡ଼ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା। ମେହେର, ଅଗରିଆ, କୁଲତା ସମାଜ, ସନ୍ଥକବି ଭୀମ ଭୋଇ ଟ୍ରଷ୍ଟ, ୟୁନିଟ ୪ ମଜସିଦ ପ୍ରତିନିଧି ଭେଟିଲେ। ୧୪ ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧି ମୁଖ୍ଯମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି।

ଅନ୍ୟପଟେ, ସାଂସଦ ରମେଶ ମାଝୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରମେଶ ମାଝୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବିଧାନସଭା କି ଲୋକସଭା ପାଇଁ ଲଢ଼ିବି ଜଣାଇ ସାରିଛି। ଦଳ ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ମାନିବି ବୋଲି ସାଂସଦ ରମେଶ ମାଝୀ କହିଛନ୍ତି। ବିଜୁ ଜନତା ଦଳର ଲୋକପ୍ରିୟତା ଥିବାରୁ ଅନେକ ଆଶାୟୀ ଅଛନ୍ତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.