Odisha Link
Bridging the Missing Links in Odisha

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର

ଓଏଲ୍‌ ବ୍ୟୁରୋ: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ୨୦୨୪ ବର୍ଷ ପାଇଁ ଏହା ପଞ୍ଚମ କ୍ୟାବିନେଟ୍ ବୈଠକ ହେବ। ଆଜି ସନ୍ଧ୍ୟାରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ। ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ।

ସୂଚନା ଅନୁସାରେ, ଗତ ୨୨ ତାରିଖରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଥିଲା। ଏହା ସହ ଗତ ୧୬ ତାରିଖରେ ୧୦ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିଲେ। ଏଥିରେ ମିଶନ ଶକ୍ତିରେ ଜଡ଼ିତ ୭୦ଲକ୍ଷ ମହିଳା ଏସଏଚଜି ସଦସ୍ୟାଙ୍କୁ ୟୁନିଫର୍ମ ନିମନ୍ତେ ହଜାରେ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା।

ସେହିପରି ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ପଞ୍ଚାୟତସ୍ତରୀୟ ମହାସଂଘ(ଜିପିଏଲଏଫ), ବ୍ଲକସ୍ତରୀୟ ମହାସଂଘ(ବିଏଲଏଫ) ଓ ଜିଲ୍ଲାସ୍ତରୀୟ ମହାସଂଘ(ଡିଏଲଏଫ) ଓ ସହରାଞ୍ଚଳ ଅଧୀନରେ ଥିବା ଆଞ୍ଚଳିକ ମହାସଂଘର(ଏଲଏଫ)ର ଏମସି ଓ ଇସି ସଦସ୍ୟମାନଙ୍କୁ ବ୍ଲେଜର ପାଇଁ ୨ହଜାର ଟଙ୍କା ଲେଖାଏଁ ମିଳିବ। ମହିଳାମାନେ ନିଜ ପସନ୍ଦର ୟୁନିଫର୍ମ ଓ ବ୍ଲେଜର ଚୟନ କରିପାରିବେ।

ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’ ଏବଂ ‘ନୂଆ ଓ-ଛାତ୍ରବୃତ୍ତି’ ଯୋଜନାକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଥିଲେ। ବୁଣାକାରମାନେ ୨ହଜାରରୁ ୨ ହଜାର ୫୦୦ ଲେଖାଏଁ ସହାୟତା ପଇବେ। ୪୦ରୁ ୮୦ ବର୍ଷ ବୟସ୍କ ବୁଣାକାର ଓ କାରିଗରଙ୍କୁ ମାସିକ ୨ହଜାର ମିଳିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ୨୫୦୦ ଟଙ୍କା ମିଳିବ। ‘ନୂଆ-ଓ ଛତ୍ର ବୃତ୍ତି’କୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଥିଲା। ତେବେ ଆଜି ଆହୁରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ବୋଲି ଆଶଙ୍କା କରାଯାଉଛି।

Leave A Reply

Your email address will not be published.