Odisha Link
Bridging the Missing Links in Odisha

କୃଷି ଭବନରେ ବିଲ୍‌ ଗେଟ୍‌ସ; ଉନ୍ନତ ଜ୍ଞାନ କୌଶଳ ନେଇ କୃଷି ସଚିବଙ୍କ ସହ ଆଲୋଚନା ଜାରି

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଭୁବନେଶ୍ୱର ମାଆ ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବିଲ୍ ଗେଟ୍ସ ଫାଉଣ୍ଡେସନର ସହଯୋଗରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଜାରି। ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କ ଆଲୋଚନା କରି ଲୋକଙ୍କ ଜୀବନଶୈଳୀ ପଚାରିବୁଝିଲେ। ଏହା ସହ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ। ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝୁଛନ୍ତି ବିଲ୍‌ ଗେଟ୍‌ସ। ଏହା ସହ ବିଲ୍‌ ଗେଟ୍‌ସ କୃଷି ଭବନ ପହଂଚିଛନ୍ତି। କୃଷିରେ ଡିଜିଟାଲ ପବ୍ଲିକ ଇନ୍‌ଫ୍ରାଷ୍ଟକ୍ଚର ପ୍ରୟୋଗ ଉପରେ ଆଲୋଚନା କରାଯିବ। କୃଷି ସଚିବ ଓ କୃଷି ନିର୍ଦେଶକଙ୍କ ସହ ଆଲୋଚନା କରିବେ।

ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ରାଜ୍ୟରେ କାର୍ଯ୍ୟ କରୁଛି କୃଷି ସମୀକ୍ଷା କେନ୍ଦ୍ର। ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ସୂଚନା ଦେଉଛି ଏହି କେନ୍ଦ୍ର। ଚାଷ ସମ୍ବନ୍ଧୀୟ ସମସ୍ୟା ବାବଦରେ ଏହି କେନ୍ଦ୍ର ଚାଷୀଙ୍କୁ ସହାୟତା ଯୋଗାଉଛି। ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହ ୨୦୧୭ ମସିହାରେ ଚୁକ୍ତି ହୋଇଥିଲା। କୃଷି ଏବଂ କୃଷକଙ୍କ ପ୍ରାଧାନ୍ୟ ଦେବା ସହ ଉନ୍ନତି ଆଣିବା ପାଇଁ ନୂତନ ପଦକ୍ଷେପ ନିଆଯାଉଛି। ୨୦୧୭ରେ ମେଲିଣ୍ଡା ଫାଉଣ୍ଡେସନ ସହ ଚୁକ୍ତି ହୋଇଥିଲା। କୃଷିରେ ଉନ୍ନତି ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚୁକ୍ତି ହୋଇଥିଲା।

Leave A Reply

Your email address will not be published.