Odisha Link
Bridging the Missing Links in Odisha

ବଢୁଛି ତାପମାତ୍ରା; ସତର୍କ ରହିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି ରାଜ୍‌ କରୁଛି ଗ୍ରୀଷ୍ମପ୍ରବାହ। ଗତ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୫ ଡ଼ିଗ୍ରୀ ଉପରେ ରହୁଥିବା ବେଳେ ପରେ ୩୭ ଡ଼ିଗ୍ରୀ ଛୁଇଁଯାଇଛି। ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି। ବିଦ୍ୟାଳୟ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବା ବୈଷୟିକ ଅନୁଷ୍ଠାନଗୁଡିକରେ ପାନୀୟ ଜଳର ଉପଲବ୍ଧକୁ ନିଶ୍ଚିତ କରିବାକୁ କୁହାଯାଇଛି।

ସେହିଭଳି ବିଦ୍ୟାଳୟ ପରିସରରେ ଥିବା ଟ୍ୟୁବୱେଲ ଗୁଡିକ ମରାମତି କରାଯାଇ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ, କଲେଜଗୁଡ଼ିକରେ ପର୍ଯ୍ୟାପ୍ତ ଓଆରଏସ ରଖାଯିବା ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆବଶ୍ୟକସ୍ଥଳେ ଦେବାକୁ କୁହାଯାଇଛି। କୌଣସି ବାହ୍ୟ କାର୍ଯ୍ୟକ୍ରମ ଆୟୋଜନ ନ କରିବାକୁ ଚିଠିରେ ଉଲ୍ଲେଖ ଥିବା ବେଳେ ଛାତ୍ରଛାତ୍ରୀ ମାନେ ଅଧିକ ଖରା ସଂସ୍ପର୍ଶରେ ନ ଆସିବେ ତାହା ଉପରେ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଛାତ୍ରଛାତ୍ରୀ ମାନେ ଶିକ୍ଷାନୁଷ୍ଠାନକୁ ଆସିବା ବେଳେ ସାଥୀରେ ପାଣି ବୋତଲ ଯେମିତି ଆଣିବେ ସେଥିପ୍ରତି ଅଭିଭାବକ ଦୃଷ୍ଟି ଦେବେ। ଏଥିପାଇଁ ବିଭିନ୍ନ ସ୍ତରରେ ଅଭିଭାବକମାନଙ୍କୁ ସଚେତନ କରାଯିବ।

Leave A Reply

Your email address will not be published.